-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
31-Jul-2025
ବରୀ(ରଞ୍ଜିତ ମହାନ୍ତି): ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ପଞ୍ଚାୟତ ସଙ୍ଗୁଅ ବିଦ୍ୟାଳୟ ନିକଟରୁ ତନ୍ତୀଘାଇ ନଦୀକୂଳରେ ଯାଇଥିବା ପୂର୍ବବିଭାଗର ନିତିଦିନିଆ ରାସ୍ତାର ଉଭୟ ପାର୍ଶ୍ଵରେ ଅନାବନା ଗଛ ରାସ୍ତାକୁ ମାଡି ଆସିବାରୁ ଯାତାୟତରେ ଘୋର ଅସୁବିଧା ଦେଖାଦେଇଛି । ଏଥିସହିତ ରାସ୍ତା ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖକ୍ଷବରା ଯୋଗୁ ଯାତାୟତ ଅସୁବିଧା ଦେଖାଦେଉଛି । ଏହି ନିତଦିନିଆ ରାସ୍ତା ଉପରେ ପ୍ରତି ଦିନ ଚଟୁମାରୀ, ସଙ୍ଗୁଅ,
ଡଅଁରକୂଳ, କାନପୁର, ତନ୍ତୀଘାଇର ଜନସାଧାରଣ ଯାତାୟତ କରିଥାନ୍ତି । ବର୍ଷା ଦିନ ଥୁବାରୁ ବିଷକ୍ଷକ୍ତ ସରିସୃପଙ୍କ ଆଡାସ୍ଥଳୀ ପାଲଟିଛି । ପୂର୍ବ ବିଭାଗ ମରାମତି ନକରିବାରୁ ରାସ୍ତା ଦିନକୁ ଦିନ ଖରାପ ହେଉଛି । ବନ୍ୟା ସମୟରେ ମଧ୍ୟ ଉଭୟ ପାର୍ଶ୍ଵରୁ ଅନାବନା ଗଛ ସଫା କରାଯାଇନାହିଁ । ଏ ସମ୍ପର୍କ ରେ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ଭଗବାନ ବେହେରା କୁ ହନ୍ତି ଏହି ରାସ୍ତାଟିକୁ ଖୁବଶୀଘ୍ର ମରାମତି କରାଯିବ ।