-+91-9937148622 |
prerana_bgr@rediffmail.com |
Saturday 7th November 2026 |
R.N.I. Regd No. ODIODI/2010/46693
Breaking News
07-Nov-2026
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅ ଗାଁ (ଖ) ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ଜମି 5 ଏକର ରେ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଆଗଲପୁର ବ୍ଲ କ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ। ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ବିଧାୟକ ଙ୍କ ଆଗଲପୁର ପ୍ରତନିଧି ପିତାମ୍ବର୍ କଣ୍ଟା , ଜୋନ 2 ର ଜିଲ୍ଲା ପରିଷ ଦ ସଭ୍ୟା ଶ୍ରୀମତୀ ବୀଣାପାାଣି ଦାସ , ସମିତି ସଭ୍ୟା ଦେବଦତ ଦଣ୍ଡ ସେ ନା , ସରପଞ୍ଚ ବୃନ୍ଦାବନ ସେଠ, ପ୍ରଧାନଶିକ୍ଷକ ନୀଳକଣ୍ଠ ନନ୍ଦ ମଂଚାସୀନ ଥିଲେ । ଏହି ଅବସରରେ ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ରାଥମିକ ବିଦ୍ୟାଳୟ ରୁ ପାଠପଢି ବହୁତ ଗୁଡ଼ାଏ ଆଇଏସ, ଓଏସ, ତଥା ବିଭିନ୍ନ ବିଭାଗ ର ଅଧିକାରୀ ହୋଇଛନ୍ତି l
ଶିକ୍ଷକ ଙ୍କ ଯୋଗଦାନ ରହିବା ସହ ଛାତ୍ର ନିଜେ ଶିକ୍ଷା କ୍ଷେତ୍ରରେ ପରିଶ୍ରମ କରିବା ଆବଶ୍ୟକ l ଏହାସହ ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକ ଓ ଛାତ୍ରଛାତ୍ରୀ ପୂର୍ଣ୍ଣ ମାତ୍ରାରେ ରହିଲେ ଛାତ୍ରଛାତ୍ରୀ ମାନେ ଉନ୍ନତି ପଥରେ ଯିବେ ବୋଲି ଅତିଥି ବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ l ଆଜି ର କାର୍ଯ୍ୟକ୍ରମ ଟି ଭରଚୁଆଲ ଜରିଆରେ ଓଡ଼ିଶା ସରକାର ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ସାରୋଜ ବିଶ୍ୱ।ଳ ପରିଚାଲନା କରିଥିଲେ l ଏହା ବ୍ୟତୀତ ଛ। ତ୍ର ଛ।ତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ଗ୍ରାମବାସି ଉପସ୍ଥିତ ଥିଲେ l