-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ରାଜ୍ୟ

ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହର ରାଜ୍ୟସ୍ତରୀୟ ସମାରୋହ

30-Jul-2025



ବଲାଙ୍ଗିର: ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହର ରାଜ୍ୟସ୍ତରୀୟ ସମାରୋହ  ଆଜି କୋଶଲ କଳା ମଣ୍ଡଳ ପଡିଆ, ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶିବାଜି ଈସଲୱାର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ “ଭୋକାଲ୍ ଫର୍ ଲୋକାଲ୍” ଅଭିଯାନ ଅଧୀନରେ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କାରିଗର ମାନଙ୍କ ଦ୍ଵାରା ପାରମ୍ପରିକ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ଵତନ୍ତ୍ର ପ୍ରଦର୍ଶନୀ “ଆକାଂକ୍ଷା ହlଟ”ର  ଉଦଘାଟନ ମଧ୍ୟ କରାଯାଇଥିଲା । ନିର୍ବାହୀ ଅଧିକାରୀ- ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ତରଣୀ ସୁନା ଓ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁସୁମା ମହାପାତ୍ର ମଞ୍ଚାସୀନ ଥିଲେ ।  ଜିଲ୍ଲାପାଳ ନିଜର ଅଭିଭାଷଣ କହିଥିଲେ ଆଗାମୀ ଦିନରେ  ଯେମିତି ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ଏବଂ

ପୁଷ୍ଟିସାର, ଶିକ୍ଷା, କୃଷି ଏବଂ ଆନୁସଙ୍ଗିକ ସେବା, ମୌଳିକ ଭିତ୍ତିଭୂମି, ସାମାଜିକ ବିକାଶ ଯାହାକି ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ ଆକାଂକ୍ଷା ଜିଲ୍ଲା ଗୁଡ଼ିକରେ 6 ଟି ଚିହ୍ନଟ KPI ରେ  ଶତ ପ୍ରତିଶତ ଲାଭ କରିବା ପାଇଁ ଉପସ୍ଥିତ ଥିବା ଅଧିକାରୀ, ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ।  ଗ୍ରାମ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଦଳଗତ ଭାବେ କାର୍ଯ୍ୟ କରିବା ଦ୍ଵାରା ବଲାଙ୍ଗିର ଜିଲ୍ଲା ଆଗାମୀ ଦିନରେ ଏକ ନମ୍ବରର ସେହି ସୋପାନରେ ପହଞ୍ଚି ପାରିବା ବୋଲି ଜିଲ୍ଲା ପରିଷଦ ଅଧକ୍ଷ୍ୟା ନିଜର ଅଭିଭାଷଣରେ କହିଥିଲେ । ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ ଆକାଂକ୍ଷା ଜିଲ୍ଲା ଗୁଡ଼ିକରେ 6 ଟି ଚିହ୍ନଟ KPI ଯଥା ପ୍ରଥମ ତ୍ରୈମାସିକ ମଧ୍ୟରେ ପ୍ରସବପୂର୍ବ ଯତ୍ନ (ANC) ପାଇଁ ପଞ୍ଜିକୃତ ଗର୍ଭବତୀ ମହିଳାଙ୍କ ପ୍ରତିଶତ, ICDS କାର୍ଯ୍ୟକ୍ରମ ଅଧୀନରେ ନିୟମିତ ଭାବରେ ପରିପୂରକ ପୁଷ୍ଟିସାର ନେଉଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ, ସମ୍ପୂର୍ଣ୍ଣ ଟୀକାକରଣ (9-11 ମାସ) (BCG+DPT3+OPV3+measles) ପିଲାଙ୍କ ପ୍ରତିଶତ, ବଣ୍ଟିତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସଂଖ୍ୟା, ମାଧ୍ୟମିକ ସ୍ତରରେ କାର୍ଯ୍ୟକ୍ଷମ ବିଦ୍ୟୁତ୍ ଥିବା ବିଦ୍ୟାଳୟଗୁଡ଼ିକର ପ୍ରତିଶତ, ଶିକ୍ଷା ଅଧିବେଶନ ଆରମ୍ଭ ହେବାର ୧ ମାସ ମଧ୍ୟରେ ପିଲାମାନଙ୍କୁ ପାଠ୍ୟପୁସ୍ତକ ଯୋଗାଉଥିବା ବିଦ୍ୟାଳୟଗୁଡ଼ିକର ପ୍ରତିଶତ ଏହି କ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଭାବେ ‘ସମ୍ପୂର୍ଣ୍ଣତା ଅଭିଯାନ’ ଆକାଂକ୍ଷା ବ୍ଲକରେ 6 ଟି ଚିହ୍ନଟ KPI ଉପରେ ଯଥା ପ୍ରଥମ ତ୍ରୈମାସିକ ମଧ୍ୟରେ ପ୍ରସବପୂର୍ବ ଯତ୍ନ (ANC) ପାଇଁ ପଞ୍ଜିକୃତ ଗର୍ଭବତୀ ମହିଳାଙ୍କ ପ୍ରତିଶତ, ବ୍ଲକରେ ଲକ୍ଷ୍ୟ ଜନସଂଖ୍ୟା ବିରୁଦ୍ଧରେ ମଧୁମେହ ପାଇଁ ସ୍କ୍ରିନିଂ କରାଯାଇଥିବା ବ୍ୟକ୍ତିଙ୍କ ପ୍ରତିଶତ, ବ୍ଲକରେ ଲକ୍ଷ୍ୟ ଜନସଂଖ୍ୟା ବିରୁଦ୍ଧରେ ଉଚ୍ଚ ରକ୍ତଚାପ ପାଇଁ ସ୍କ୍ରିନିଂ କରାଯାଇଥିବା ବ୍ୟକ୍ତିଙ୍କ ପ୍ରତିଶତ, ICDS କାର୍ଯ୍ୟକ୍ରମ ଅଧୀନରେ ନିୟମିତ ଭାବରେ ପରିପୂରକ ପୁଷ୍ଟିସାର ନେଉଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ, ମାଟି ନମୁନା ସଂଗ୍ରହ ଲକ୍ଷ୍ୟ ବିରୁଦ୍ଧରେ ସୃଷ୍ଟି ହୋଇଥିବା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ପ୍ରତିଶତ, ବ୍ଲକର ମୋଟ SHG ବିରୁଦ୍ଧରେ ଏକ ଘୂର୍ଣ୍ଣନ ପାଣ୍ଠି ପାଇଥିବା SHGଗୁଡ଼ିକର ପ୍ରତିଶତ । ପାଟଣାଗଡ଼, ତୁରେକେଲା, ଟିଟିଲାଗଡ, ମୁରିବାହାଲ, ବଙ୍ଗୋମୁଣ୍ଡା, ବେଲପଡା, ପୁଇଁନ୍ତଲା, ବଲାଙ୍ଗିର, ଆଗଲପୁର, ଲୋଇସିଂହା, ସଇଁତଳା, ଦେଓଗାଁ, ଗୁଡଭେଳାର  ଅଙ୍ଗନୱାଡି, ଆଶା କର୍ମୀ ମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।  ସେହିପରି ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ, ବଲାଙ୍ଗିର  ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବଲାଙ୍ଗିର, ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲା, ଟିଟିଲାଗଡ, ମୁରିବାହାଲ, ବଙ୍ଗୋମୁଣ୍ଡା, ବେଲପଡା, ପୁଇଁନ୍ତଲା, ବଲାଙ୍ଗିର, ଆଗଲପୁର, ଲୋଇସିଂହା, ସଇଁତଳା, ଦେଓଗାଁ, ଗୁଡଭେଳା ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରିଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଆକାଂକ୍ଷା ବ୍ଲକ ଭାବେ ପୁଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୁଡଭେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁସୁମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସାହାରା ଏକ୍କା, ପିଇଓ, ଅରମାସ, ମିଶନ ଶକ୍ତି, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ, ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦନ ଗୋଷ୍ଠୀର ସଭ୍ୟା ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like