-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
28-Jul-2025
ଭୁବନେଶ୍ବର(ପ୍ରେରଣା ଖବର): ଭୁବନେଶ୍ଵର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ ଅଫିସରଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ଵର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହେବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯାହା ପ୍ରତିବାଦରେ ମହିଳା ଆଟେଣ୍ଡାଣ୍ଟମାନେ ଏମ୍ସ ର ମୁଖ୍ୟ ଫାଟକ ସାମ୍ନାରେ ସୋମବାର ଦିନ ଧାରଣା ଦେଇଥିଲେ ।
ନର୍ସିଂ ଅଫିସର ନାନୁ ରାମ ଚୌଧୁରୀ ତାଙ୍କୁ ଚାମ୍ବର୍କୁ ଡାକି ଅସଦାଚରଣ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଆଟେଣ୍ଡାଣ୍ଟ । ତେବେ ଏ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ ।