-+91-9937148622 |

prerana_bgr@rediffmail.com |

  Monday 4th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||      *ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   (03-May-2026)       ||      *ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   (03-May-2026)       ||      ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   (03-May-2026)       ||      ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   (03-May-2026)       ||      ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   (03-May-2026)       ||      କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||     

HOME   ରାଜ୍ୟ

ପୋଶ ଆଇନ ସମ୍ପର୍କରେ ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

23-Jul-2025



ବିଶିଷ୍ଟ ଆଇନଜୀବୀ ଶ୍ରୀମତୀ ମାନସୀ ପାଢୀ ପୋଶ ଆଇନ ସମ୍ପର୍କରେ ଦେଲେ ବିସ୍ତୃତ ବିବରଣୀ 

ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ କର୍ମକ୍ଷେତ୍ର ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ (ପୋଶ) ସମ୍ପର୍କରେ ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା  ମତ ପ୍ରକାଶ କରିଛନ୍ତି । ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ (ପୋଶ) ସମ୍ପର୍କରେ ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକସେବା ଭବନ କର୍ମଚାରୀମାନଙ୍କୁ ଲିଙ୍ଗଗତ ଉତ୍ପୀଡନ ବିରୋଧରେ ସ୍ଵର ଉଠେଇବା ପାଇଁ ଆହ୍ଵାନ ଦେଇଥିଲେ । ଉଭୟ ପୁରୁଷ ଓ ମହିଳା  ଲିଙ୍ଗଗତ ଉତ୍ପୀଡନର ଶିକାର ହୋଇପାରନ୍ତି । ସେଥିପାଇଁ ଏହି ଆଇନ ବିଷୟରେ ଜାଣିବା ଓ ସଚେତନ ହେବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ସମାଜରେ ମହିଳା ଓ ପୁରୁଷ ସମାଜର ଦୁଇଟି ଚକ ସଦୃଶ, ଏହି ଦୁଇ ଚକ ମଧ୍ୟରେ ସମନ୍ୱୟ ରକ୍ଷା କରି ଆମେ ଏକ ସୁରକ୍ଷିତ କର୍ମକ୍ଷେତ୍ର ଓ ସୁରକ୍ଷିତ ସମାଜ ଗଢିପାରିବା । ସମସ୍ତ ଅନୁଷ୍ଠାନ ଓ ମହାବିଦ୍ୟାଳୟରେ ଇଣ୍ଟରନାଲ କମିଟି ଗଢା ଯିବା ପାଇଁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ଯାଞ୍ଚ ପରେ ଦୋଷୀକୁ ଉଚିତ ଦଣ୍ଡବିଧାନ ପ୍ରଦାନ କରିବା ସହ ଭୁଲ ଅଭିଯୋଗ କରୁଥିବା ଦୋଷୀଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ସେ ଦୃଢ ମତ ରଖିଛନ୍ତି । 
କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବୀ ମାନସୀ ପାଢୀ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।  
ଦୁଇଟି ଅଧିବେଶନରେ ବିଶିଷ୍ଟ ଆଇନଜୀବୀ ମାନସୀ ପାଢୀ ୬୦୦ରୁ ଉର୍ଦ୍ଧ୍ଵ ଲୋକସେବା ଭବନ କର୍ମଚାରୀମାନଙ୍କୁ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ସମ୍ପର୍କରେ ସଚେତନ କରିବା ସହ ଏହି ଆଇନର ବିସ୍ତୃତ ବିବରଣୀ  ଉପସ୍ଥାପନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   04-May-2026
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   04-May-2026
  ଜିଲ୍ଲା  
ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   03-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   03-May-2026
  ଜିଲ୍ଲା  
ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   03-May-2026
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   03-May-2026
  ଜିଲ୍ଲା  
ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   03-May-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   03-May-2026
  ଜିଲ୍ଲା  
ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   03-May-2026
  ରାଜ୍ୟ  
ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   03-May-2026

You Might Also Like