-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
20-Jul-2025
ନୂଆପଡା:ନୂଆପଡ଼ା ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆରେ ପୋଲିସ କର୍ମଚାରୀଙ୍କ ମକ୍ ଡ୍ରୀଲ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେ ନୂଆପଡ଼ା ଏସପି ଜି.ଆର୍ ରାଘବେନ୍ଦ୍ର ଯୋଗ ଦେଇ ବର୍ତ୍ତମାନ ପ୍ରତିକୂଳ ପରିସ୍ଥିତିରେ ପୋଲିସ କର୍ମୀ ମାନେ କିପରି ଶାନ୍ତି ଅବଲମ୍ୱନ୍ କରି ମୁକାବିଲା କରିବାକୁ ତାଲିମ୍ ଦେଇଥିଲେ। କୌଣସି ପରିସ୍ଥିତି ଆସିଲେ ମଧ୍ୟ ବିଚଳିତ ନ ହୋଇ ନିଜକୁ ଶାନ୍ତ ଓ ନିର୍ମଳ ଭାବରେ ରହି ବାକୁ ଆହ୍ବାନ କରିଥିଲେ। ବିଶେଷ କରି ଶାନ୍ତିଶୃଙ୍ଖଳା ପରିସ୍ଥିତିରେ ସାବଧାନ ରୂପେ ନିଜ ଦାୟିତ୍ଵ ସମ୍ପାଦନ କରିବା ସହ ଉଚ୍ଚସ୍ତରୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଆହ୍ବାନ କରିଥିଲେ। ପ୍ରଥମରୁ ନିଜ ସ୍ଥିତ ପୋଜିସନ୍ ରେ ଆସି ଅନ୍ୟକର୍ମୀଙ୍କ ଗତିବିଧି କୁ ଅନୁଧ୍ୟାନ କରି ସ୍ଥିତି ସ୍ଵାଭାବିକ କରିବାକୁ ସଂଘବଦ୍ଧ ରୂପେ ଆଗକୁ ବଢିବା ବିଭିନ୍ନ ଉପାୟ ଉପରେ ଆଲୋକପାତ କରିଥିଲେ।