-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
20-Jul-2025
ବରୀ(ରଞ୍ଜିତ ମହାନ୍ତି): ବ୍ରାହ୍ମଣୀ, ବିରୂପା ଓ ଖରସ୍ରୋତାର ଶାଖାନଦୀରେ ପ୍ରଥମ ବନ୍ୟା ଆସିଛି। ବରୀରେ ଚାଷଜମିକୁ ବୁଡ଼ାଇ ଦେଇଛି ମାତ୍ର ଜନବସତି ସେପରି ପ୍ରଭାବିତ ହୋଇ ନାହିଁ। ବ୍ରାହ୍ମଣୀ ନଦୀ ପାର୍ଶ୍ଵରେ ଥିବା ଅନ୍ୟାସୀପୁ ସୀପୁର ଓ ଚନ୍ଦନପୁର ପଞ୍ଚାୟତର କିଛି ଲୋକଙ୍କ ଘର ରହିଛି । ଯାହା ବନ୍ୟାରେ ରେ ପ୍ରଭାବିତ ହୋଇଛି। ଆଜି ବନ୍ୟା ବିପନ୍ନମାନଙ୍କୁ ବରୀ ବିଧାୟକ ବିଶ୍ଵରଂଜନ ମଲ୍ଲିକ ଭେଟିବା ସହ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ଅନ୍ୟାସୀପୁର ପଞ୍ଚାୟତର ୫ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ବିଧାୟକଙ୍କ ସାଥୀରେ ଜଳ ବିଭାଗ ଅଧିକାରୀ ଓ ବରୀ ତହସିଲଦାର ମଧ୍ୟ ବିପନ୍ନଙ୍କୁ ଭେଟିଥିଲେ ।