-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ସୋନପୁର ପୋଲିସର ଗଞ୍ଜେଇ ଧରପଗଡ଼; କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ମଧ୍ୟରେ ଏବେ କୋକୁଆ ଭୟ: ସୋନପୁର ଏସ୍ ପି ଙ୍କ ମିଶନ ଗଞ୍ଜେଇ

20-Jul-2025



ବଲାଙ୍ଗୀର/ସୋନପୁର(ମଳୟ ମିଶ୍ରଙ୍କ  ରିପୋର୍ଟ): ବର୍ଷବର୍ଷ ଧରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଝାଡ଼ଖଣ୍ଡ,ଛତିଶଗଡ, ପଶ୍ଚିମବଙ୍ଗ,  ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ,  ବିହାର , ଦିଲ୍ଲୀ, ମୁମ୍ବାଇ ଓ ଅନ୍ଯାନ୍ଯ ବାହାର ରାଜ୍ୟକୁ ନିୟମିତ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଜାରୀ ରହିଛି। ସରକାର ଏହା ଜାଣୁଥିଲେ ହେଁ ମଝିରେ ମଝିରେ ଅବକାରୀ ଓ ମୁଖ୍ଯତଃ ଧରପଗଡ କରାଯାଉଥିଲେ ବି, ଏହା କମିନାହିଁ  ।  ଏଥିଯୋଗୁଁ ହତ୍ୟାକାଣ୍ଡ,  ପୁଲିସକୁ ହତ୍ୟା , ଆନ୍ତଃରାଜ୍ୟ ହତ୍ୟାକାଣ୍ଡ,   ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ସହ ବିଚାରବିଭାଗକୁ ପ୍ରଭାବିତ କରୁଥିବା ଭଳି ଗୁରୁତର ଅପରାଧ ଓ ସମସ୍ୟା ସୃଷ୍ଟି କଲାଣି ।ଏହାର ଧରପଗଡ ବା ନିୟନ୍ତ୍ରଣ ଦିଗରେ ଅବକାରୀ ବିଭାଗ କଦବା କ୍ବଚିତ୍ ଅଳ୍ପ ପରିମାଣର ଚୋରାଗଞ୍ଜେଇ ଧରପଗଡ କରି କର୍ତ୍ତୃବ୍ୟ ସମ୍ପାଦନ କରୁଛି। ସରକାର ମଧ୍ଯ ଏହି ବିଭାଗଟିର ଏହି ଏନ୍ ଡି ପି ଏସ୍ ମାମଲା ପ୍ରତି ସେତେଟା  ଗୁରୁତ୍ବ ଦେଲା ପରି ମନେ ହେଉ ନ ଥିଲା ବେଳେ ମୁଖ୍ୟତଃ ପୁଲିସ ହିଁ ଏହାର ଧରପଗଡରେ ମୁଖ୍ଯଅଂଶ ନିର୍ବାହ କରୁଥିବା ଦେଖାଯାଇ ଆସୁଛି । ଅବଶ୍ଯ ଜିଲ୍ଲା ଅବକାରୀ ବିଭାଗରେ କର୍ମଚାରୀ ଅଭାବ, ଗାଡିମଟର ଓ ଇନ୍ଧନ ଇତ୍ୟାଦିର ସାଧନ ଅଭାବ ଓ ସଚ୍ଚୋଟ ତଥା ଦକ୍ଷ ଅଫିସର ଓ ଇଚ୍ଛାଶକ୍ତିର ଅଭାବ ସହିତ ବିଭିନ୍ନ ପ୍ରତିବନ୍ଧକ ରହିଛି । 

ସର୍ବୋପରି ଉଭୟ ଅବକାରୀ ଓ ପୁଲିସର କେତେକ ଲାଞ୍ଚୁଆ ଅଧିକାରୀ- କର୍ମଚାରୀଙ୍କ ଯୋଗୁଁ ଏହାର ସମୁଚିତ ଧରପଗଡ ଓ ତଦନ୍ତ ବାଧାପ୍ରାପ୍ତ ହୋଇଆସୁଥିବା ମୁଖ୍ଯ କାରଣ ବୋଲି କୁହାଯାଇଥାଏ  ।

ତେବେ ସଂପ୍ରତି ସୁବର୍ଣ୍ଣପୁରରେ ନୂତନ ଏସ୍ ପି ଭାବେ ନାରାୟଣ ନାଏକ ଯୋଗଦେବା ପରେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ 'ମିଶନ୍ ଗଞ୍ଜେଇ' ଅଭିଯାନ ଆରମ୍ଭ କରି ସଫଳତା ହାସଲ କରୁଥିବା ଲକ୍ଷ୍ୟ କରାଯାଇଛି । ଏଠାରେ ତାଙ୍କର ଅଦ୍ୟାବଧି ସ୍ବଳ୍ପ କାର୍ଯ୍ୟକାଳ ମଧ୍ଯରେ ତାଙ୍କର ଏହି ସ୍ବତନ୍ତ୍ର ଅଭିଯାନରେ କୋଟି କୋଟି ଟଙ୍କାର ଏକାଧିକ ବଡ ବଡ ଧରପଗଡ ମାମଲା ହୋଇ ସାରିଲାଣି ।  ସେ ଏହି ଧରପଗଡରେ କେବଳ ଯେ ଚୋରାଚାଲାଣରେ ଜଡିତ ଆସାମୀଙ୍କୁ ଗିରଫକୁ କୋର୍ଟ ଚାଲାଣ, ସବୁମାଲ୍ ଜବତ ସହ ବ୍ୟବହୃତ ଯାନବାହନ ଜବତ କରୁଛନ୍ତି, ତା' ନୁହେଁ ; ତା' ସହ ଏହି ଚୋରାଚାଲାଣର ପାଇଲଟ୍ ମାନଙ୍କୁ ମଧ୍ଯ ଧରୁଥିବା ସହିତ  ଏହି ଚୋରାଚାଲାଣର ଆରମ୍ଭ ଓ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ତଦନ୍ତକୁ ସମ୍ପ୍ରସାରଣ କରିଛନ୍ତି । ଫଳରେ ଏହି ଜିଲ୍ଲାରେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଓ ଜଡିତ ସୂତ୍ରଧରମାନଙ୍କ ମଧ୍ଯରେ କୋକୁଆଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । 

ନିକଟରେ ତରଭା ପୁଲିସ ଗତ ୧ ତାରିଖରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ରିଜ୍ ପାଖରେ ଏକ ପିକଅପ୍ ଭ୍ୟାନ୍ ରୁ ୨୫ଟି ପ୍ୟାକେଟ୍ ରେ ଥିବା କଣ୍ଟାମାଳରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ  ହେଉଥିବାପ୍ରାୟ ୬ କୁଇଣ୍ଟାଲ୍ ୧୫ କିଗ୍ରା ଗଞ୍ଜେଇ ଧରିଥିଲେ । ଏସ୍ ପିଙ୍କୁ ମିଳିଥିବା ସୂଚନାକ୍ରମେ ତରଭା ଥାନାଧିକାରୀ ଅନୀତା କିଡୋ , ଏସ୍ ଆଇ ରବୀନ୍ଦ୍ର ସାହୁ ଓ ଅନ୍ଯମାନେ ସଦଳବଳେ ଗୋଡାଇ ଗୋଡାଇ ଏହା ଧରିଥିଲେ । ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ପ୍ରକାଶ  ।  ପୁନଶ୍ଚ  ଗତ ୧୭ ତାରିଖରେ ସେହି ତରଭା ଥାନା ଅନ୍ତର୍ଗତ ବୁର୍ଡା- ଅର୍ଜୁନପୁର ରାସ୍ତାର ରାଣୀସର୍ଡା ଛକଠାରେ ମେଣ୍ଡାଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରିୟାଙ୍କ ନେତୃତ୍ବରେ ପୁଲିସ ଏକ ପିକ୍ ଅପ୍ ଭ୍ଯାନ୍ ରୁ ବଲାଙ୍ଗୀର ଓ ବରଗଡ ଜିଲ୍ଲା ଦେଇ ଛତିଶଗଡ ରାଜ୍ୟ ବାହାରକୁ ଚୋରାଚାଲାଣ ହେଉଥିବା ୯ କୁଇଣ୍ଟାଲ ୩୫ କିଗ୍ରା ଗଞ୍ଜେଇ ଧରିଥିବା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର୍ ହୋଇଯାଇଥିବା ପ୍ରକାଶ । ଏହି ଗଞ୍ଜେଇର ଆନୁମାନିକ ମୂଲ୍ଯ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରକାଶ  । ଏହାସହିତ ବୀରମହାରାଜପୁର ଓ ସୋନପୁର ଥାନାର ପୁଲିସ କେତେକ ଗଞ୍ଜେଇ ଜବତ କରିଛନ୍ତି ।  ଏ ସମ୍ପର୍କରେ କିପରି ଛୋଟ କୃଷିଯାନ ବା ଟ୍ରାକ୍ଟର ଓ ଏପରିକି ବାଇକ୍ ରେ ମଧ୍ଯ ସିଟ୍ କଭର୍ ଭିତରେ ଅଭିନବ ଉପାୟରେ କିପରି ଗଞ୍ଜେଇ ଚୋରାଚାଲାଣ ହେଉଛି , କେତେକ ଜବତ ବାଇକ୍ କୁ ଦେଖାଇ ସୋନପୁର ଆଇ ଆଇ ସି ତାପସ କୁମାର ଭୋଇ ପ୍ରକାଶ କରିଛନ୍ତି ।  ସୋନପୁର ଥାନାନ୍ତର୍ଗତ ହରଡଖୋଲ୍ ଫାଣ୍ଡି ଅଧିକାରୀ ସନ୍ତୋଷ ସେନ୍ଦ୍ରିଆ ଗତ ୨ ମାସ ମଧ୍ଯରେ ୬ ଟି ମାମଲା ଓ ଗତ ୧୮ ତାରିଖରେ ଏକ ବାଇକ୍ ରୁ ପ୍ରାୟ ୮ କିଗ୍ରା ଗଞ୍ଜେଇ ଧରିଥିବା ଜଣାଯାଇଛି । ସର୍ବୋପରି ଏହି ଏସ୍ ପିଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ଟିମ୍ ଦ୍ବାରା ଇତିମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଧରାପଡିଛି । ତେବେ କେତେକ କ୍ଷେତ୍ରରେ ଅଭିଯୁକ୍ତ ଫେରାର୍ ହୋଇଯିବାରେ ସଫଳ ମଧ୍ଯ ହୋଇଛନ୍ତି । ତେବେ କ୍ଷୋଭର ବିଷୟ ଯେ , ବହୁକଷ୍ଟ ସ୍ବୀକାର କରି ପୁଲିସ ଧରୁଥିବା ଏଭଳି ମାମଲାର ଅଭିଯୁକ୍ତମାନଙ୍କୁ ୪ /୫ ଦିନରେ ଜାମିନ୍ ମିଳିଯାଉଥିବା ଦେଖାଯାଇଛି ।  

ତେଣୁ ସରକାରଙ୍କ ପକ୍ଷରୁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଷ ଉନ୍ମୁଳନ ଅଭିଯାନକୁ ତ୍ବରାନ୍ବିତ କରାଯିବା ସହ ବ୍ୟାପକ ସଚେତନତା ସୃଷ୍ଟି ସହ ମୁଖ୍ଯତଃ  ଉପରୋକ୍ତ ଜିଲ୍ଲାରୁ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଏହି ଚୋରାଚାଲାଣର କରିଡର୍ ପାଲଟିଥିବା ଥାନା , ଫାଣ୍ଡିର ପୁଲିସ ଓ ଅବକାରୀ ଅଧିକାରୀ- କର୍ମଚାରୀଙ୍କ ଧରପଗଡ ଓ ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ ପ୍ରତି ବରିଷ୍ଠ ଅଧିକାରୀଙ୍କ ସ୍ତରରେ କଡାକଡି ଦୃଷ୍ଟି ରଖାଯିବା ଦିଗରେ ସରକାର ସଚେତନ ରହିଲେ , ଏହାର ନିରାକରଣ କରାଯାଇପାରିବ ବୋଲି କୁହାଯାଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like