-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
19-Jul-2025
ପଦ୍ମପୁର (ପ୍ରେରଣା ଖବର)
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ମୂଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁ ବିକାଶ ରେ ମାତାଙ୍କ ଭୂମିକା ଓ ଶିଶୁଶିକ୍ଷା ରେ ପ୍ରଚଳିତ ଭ୍ରାନ୍ତ ଧାରଣା ଓ ନିରାକରଣ ଉପରେ ଆଲୋକ ପାତ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ ।ନୀତୁ ସାହୁ ଗୁରୁମା ସଂଯୋଜନା କରିଥିବା ବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ ।ଉକ୍ତ ସମ୍ମିଳନୀରେ ୧୦୫ ଜଣ ମାଆ ଯୋଗ ଦେଇଥିଲେ ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।