-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
19-Jul-2025
(ମିହିର ଶଙ୍କର ପାତ୍ର,)
ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଆନୁକୁଲ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଭଗତ ଗୁଡ଼ାରେ ବୈଠକର ଆରମ୍ଭରୁ ବୃଷରୋପଣ ମାଧ୍ୟମରେ ପରିବେଶର ଋଣ ଶୁଝିବା ଭାବନା କୁ ଶିକ୍ଷକ ପ୍ରାଣରେ ଉଦ୍ଜୀବିତ କରି ପ୍ରତିଟି ବ୍ୟକ୍ତି ବୃକ୍ଷ ରୋପଣ ପାଇଁ ମନସ୍ଥ ହେବାକୁ ଉତ୍ସାହିତ କରିଥିଲେ।ଆଜିର ବୈଠକରେ ପାପଡା ହାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ନାୟକ ଯୋଗଦାନ ରେ ଶିକ୍ଷକ ମାନଙ୍କୁ ସମୟାନୁବର୍ତ୍ତିତା ଓ ଶିକ୍ଷା ବିଭାଗର ନିର୍ଦ୍ଦେଶ କୁ ଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲି ଓ ଶିକ୍ଷାଦାନରେ ଭଲ ମଣିଷ ତିଆର କରି ଶିକ୍ଷକ ଭାବରେ ସମାଜରେ ପ୍ରତିଷ୍ଠିତ ହେବାକୁ ଶୁଭ କାମନା ଜଣାଇଥିଲେ । ଗଣ ଶିକ୍ଷା ବିଭାଗ ର ନିର୍ଦ୍ଦେଶନାମା ପ୍ରକାରେ ମାସିକ ସମୀକ୍ଷା ବୈଠକରେ ୪୪ ପୃଷ୍ଠା ସମୂଳିତ ପୁସ୍ତକର ସମୀକ୍ଷା ପାଇଁ ପ୍ରଥମେ ସ୍ଵାଗତ ସମାରୋହ ଆୟୋଜନ ,ଶିଶୁ ବାଟିକା ଶିକ୍ଷକ ସହାୟକ ପୁସ୍ତିକା ଓ କାର୍ଯ୍ୟ ପୁସ୍ତିକା ସମ୍ବନ୍ଧରେ ଆଲୋଚନା, ଜୁଲାଇ ମାସରେ ଶୈକ୍ଷିକ କ୍ୟାଲେଣ୍ଡର, ଶିଶୁ ବାଟିକା, ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଶ୍ରେଣୀ ପରିଚାଳନା ର ବହୁଶ୍ରେଣୀ ନମୁନା ପାଠଟୀକା,ଶିକ୍ଷକଙ୍କ ଦ୍ଵାରା ପାଠଟିକା ପ୍ରସ୍ତୁତି ଓ ଉପସ୍ଥାପନା ବାବଦରେ ସି.ସିଆର. ସି.ସି. ବାବୁଲାଲ ସାଗର ଆଲୋକ ପାତ କରି ଶିକ୍ଷକ ମାନଙ୍କ ଶିକ୍ଷାଦାନ ରେ ଉଠୁଥିବା ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିଥିଲେ।ବୈଠକରେ ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ,ମୋହନ ନାୟକ,ଶଙ୍କର ସୁନା ,କୁମାରୀ ପୁପ୍ପାଞ୍ଜଳୀ ,ଗଗନ ଚନ୍ଦ୍ର ବିଷୋୟୀ , ଲିଙ୍ଗରାଜ ସାହୁ ପ୍ରମୁଖ
ଅଂଶ ଗ୍ରହଣ କରି ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ କୁ ପ୍ରାଣ ଉଦଜୀବିତ କରିଥିଲେ।ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ମାସିକ ସମୀକ୍ଷା ବୈଠକକୁ ସମାପ୍ତ ଘୋଷଣା କରିଥିଲେ