-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
18-Jul-2025
ମାଲକାନଗିରି(କେଶବ ଚନ୍ଦ୍ର ନାୟକ): କାଲିମେଳା ବନାଞ୍ଚଳ ଅଧିକାରୀ କୌଣସି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ବନକର୍ମଚାରୀ ଓ ରାଜସ୍ବ କର୍ମଚାରୀମାନେ ମିଳିତ ଭାବରେ ଏମପିଭି-୧୧ ଗ୍ରାମର ମିଥୁନ ବେପାରୀଙ୍କ ଘରେ ଚଢ଼ାଉ କରି ୧୧ ଗୋଟି ମଧୁର ଜଳ କଇଁଛକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ମିଥୁନକୁ ଗିରଫ କରାଯାଇ ଜେଏମଏଫସି କୋର୍ଟ ଏମ୍ ଭି -୭୯ କୁ ଚାଲାଣ କରାଯାଉଥିବା ଜଣା ପଡ଼ିଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ମିଥୁନ ବେପାରୀଙ୍କ ଘର ଏମପିଭି-୧୧ ଗ୍ରାମରେ ହୋଇଥିବା ବେଳେ ସେ ପେଶାରେ ଜଣେ ମାଛ ବ୍ୟବସାୟୀ।ମାଛ ବିକ୍ରି କରି ଜୀବିକା ନିର୍ବାହ କରେ । ସେ ପଟେରୁ ବଜାରରେ କଇଁଛ ବିକ୍ରି କରିବା ପାଇଁ ୧୧ ଗୋଟି ମଧୁର ଜଳ କଇଁଛକୁ ଏକ ବ୍ଯାଗରେ ବାନ୍ଧି ଘର ପାର୍ଶ୍ଵରେ ଥିବା ପାଇଖାନାରେ ଲୁଚାଇ ରଖିଥିଲା। ଏହି ଖବର କୌଣସି ଏକ ଲୋକ କାଲିମେଳା ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦେବା ପରେ ବନକର୍ମଚାରୀ ଏବଂ ରାଜସ୍ବମାନେ ମିଳିତ ଚଢାଉ କରି ୧୧ ଗୋଟିଏ କଇଁଛ,ଏକ ଓଜନ ମାପକ ଏବଂ ଆସାମୀ ଠାରୁ ଏକ ମୋବାଇଲ ଜବତ କରାଯାଇଥିବା ଜଣାପଡିଛି।ଗତ କାଲି ୧୧ ଗୋଟି କଇଁଛକୁ ମାଲକାନଗିରି ବନ ଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍, ଏସିଏଫ ମନସୁନ ଖେମୁଣ୍ଡୁ ଏବଂ ମାଲକାନଗିରି ବନକର୍ମଚାରୀମାନ ଉପସ୍ଥିତରେ ନିକଟସ୍ଥ ସତୀଗୁଡା ଜଳ ଭଣ୍ଡାରରେ ଛଡା ଯାଇଥିଲା।