-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
14-Jul-2025
ବଲାଙ୍ଗିର(ପ୍ରେରଣା ଖବର): ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କର ବଲାଙ୍ଗୀର ଗସ୍ତ ସମୟରେ ସାମ୍ବାଦିକ ଭବନଠାରେ ଓଡ଼ିଶା ସରକାରୀ ଆଉଟ୍ ସୋର୍ଶିଂ କର୍ମଚାରୀ ସଂଘ, ବଲାଙ୍ଗିର ପକ୍ଷରୁ ଦାବିପତ୍ର ଦିଆ ଯାଇଥିଲା l ଏଥିରେ ସଭାପତି ରାଜେଶ ଝାଙ୍କର, ଉପସଭାପତି ଦିଲୀପ ସାହୁ, ସମ୍ପାଦକ ଚଞ୍ଚଳ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ରବୀନ୍ଦ୍ର ନାଏକ, ରିତେଶ ରଞ୍ଜନ ସାହୁ ପ୍ରମୁଖ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ପୁରୋହିତଙ୍କ ସହ ସମସ୍ତ ବିଷୟ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା। ସେ ଦାବି ପ୍ରତି ପୂର୍ଣ୍ଣ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁତ ଶୀଘ୍ର ଆଲୋଚନା କରି ଚିଠି ମାଧ୍ୟମରେ ତାଙ୍କୁ ଅବଗତ କରିବି ବୋଲି କହିଥିଲେ ।