-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Jul-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ନିକଟରେ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ରେ ସିଙ୍ଗିପୁର ଗ୍ରାମର ୨ଜଣ ଦଳିତ ଯୁବକ ବୁଲୁ ନାୟକ, ବାବୁଲା ନାୟକ ଙ୍କୁ ଗୋ ଚାଲାଣ ସନ୍ଦେହ ଅଭିଯୋଗରେ ଦିଆଯାଇଥିବା ଅକଥନୀୟ ଓ ଅମାନବୀୟ ଦଣ୍ଡ ଦେଇଥିବା ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ସୁବର୍ଣ୍ଣପୁର ଠାରେ ଓଡ଼ିଶା ମାନବତା ବଞ୍ଚାଅ ଅଭିଜାନ ସଙ୍ଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ମାଧ୍ୟମ ରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ସଭାପତି ଅଚ୍ୟୁତ ଛତ୍ର,ବୈକୁଣ୍ଠ ବାରିକ, ଶାନ୍ତନୁ ବାଗ, ଯୁବନେତା ଅନିଲ କୁମାର ତାଣ୍ଡି, ପ୍ରଦୀପ ଜାଲ, କୁଶଳେଶ୍ଵର ସୁନା, ନାରାୟଣ ହରିପାଲ,ହାଡୁ ମିର୍ଜା,ରାଜୁ ଲୁହା, ସିଦ୍ଧେଶ୍ୱର ଲୁହା, ରାଧାକାନ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।