-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Jul-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରକ୍ତ କେନ୍ଦ୍ର ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦୁର୍ଗା ଦତ୍ତ ଦାଶ ଏହି ଶିବିର କୁ ଉଦ୍ଘାଟନ କରିଥିଲେ। କ୍ରିକେଟ ଜଗତର ଲୋକପ୍ରିୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଙ୍କ ପ୍ରଶଂସକ ଦୀନେଶ ମିଶ୍ର ଙ୍କ ତତ୍ବାବଧାନ ରେ ଦୀର୍ଘ ବର୍ଷ ଧରି ଏ ରକ୍ତ ଦାନ ଶିବିର ଆୟୋଜନ କରାଯାଉଅଛି । ଏହି କାର୍ଯ୍ୟକ୍ରମକୁ ମନୋଜ ପଣ୍ଡା,ଫିରୋଜ ଝାଙ୍କର, ସନତ ପାତ୍ର, ରିଆଜ ଇସଲାମ, ଶୁଭ୍ର ରଞ୍ଜନ ସାହୁ, ଚନ୍ଦନ ମିଶ୍ର, ବିଭୂତି ନାଏକ ପ୍ରମୁଖ ସହଯୋଗ କରିଥିଲେ। ଟେକ୍ନିଶିଆନ ଟିଟୁ ଭୋଇ, ଜଗତ ଦରୁଅନ୍ , ସେବତୀ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରତି ବର୍ଷ ଏହି ରକ୍ତ ଦାନ ଶିବିର କୁ ଅୟୋଜନ କରି ଦୀନେଶ ମିଶ୍ର ତଥା ଧୋନୀ ଙ୍କ ପ୍ରଶଂସକ ଜନ୍ମ ବାର୍ଷିକୀ ଅସହାୟ ଙ୍କ ସେବାରେ ସମର୍ପିତ କରି ଧୋନୀ ଙ୍କ ପ୍ରତି ତାଙ୍କ ଭଲ ପାଇବା ଦ୍ଵି ଗୁଣିତ କରିଛନ୍ତି ।