-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
07-Jul-2025
ବଲାଙ୍ଗୀର(ପ୍ରେରଣା ଖବର): ଆଜି ସ୍ଥାନୀୟ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଚିକିତ୍ସା କେନ୍ଦ୍ର( ସି.ଆର୍.ସି), ବଲାଙ୍ଗୀର ଠାରେ ବହୁପ୍ରତୀକ୍ଷିତ ଇ.ଭାଇକିଲ୍ ଆମ୍ବୁଲେନ୍ସ ସେବାକୁ ଦିବ୍ୟାଙ୍ଗ ମାନଙ୍କ ସେବା ପାଇଁ ରାଜ୍ୟସଭା ସାଂସଦ ନିରଂଜନ ବିଶି ଲୋକାର୍ପିତ କରିଛନ୍ତି । ଏହି ଅବସରରେ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ନିର୍ଦ୍ଦେଶକ ଗୁରୁବକ୍ସ ଚାନ୍ଦ ଜାଗୋଟାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ଶ୍ରୀ ବିଶି ଯୋଗ ଦେଇ ୯କୋଟି ଅନୁଦାନରେ ଆସିଥିବା ଆମ୍ବୁଲେନ୍ସ ସ୍ଥାନୀୟ ରେଲୱେ ଷ୍ଟେସନ୍ ଓ ବସ ଷ୍ଟେସନ୍ ଠାରୁ ଉକ୍ତ କେନ୍ଦ୍ରକୁ ଦିବ୍ୟାଙ୍ଗ ମାନଙ୍କ ମାଗଣା ଯାତାୟତ ପାଇଁ ସୁବିଧା ଓ କେନ୍ଦ୍ରର ଅଗ୍ରଗତି ନିମନ୍ତେ ୧ଠ କୋଟି ଟଙ୍କାରେ ନିର୍ମାଣାଧୀନ ପ୍ରଶିକ୍ଷଣ କେନ୍ଦ୍ର ପାଇଁ
ହୋଇଥିବା ଯୋଜନାକୁ ସଫଳ ରୂପାୟନ ପାଇଁ ପ୍ରତିଶୃତି ଦେଇଥିଲେ । ସେହିପରି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଜମିକୁ ସ୍ଥାୟୀକରଣ ଓ ଚିହ୍ନଟ ପାଇଁ ପ୍ରଶାସନକୁ ଅନୁରୋଧ କରିବା ଉପରେ ଜୋର୍ ଦେଇଥିଲେ । ପରେ ଏହି କେନ୍ଦ୍ର ପରିସରରେ ସାଂସଦଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଉକ୍ତ ଉତ୍ସବରେ ବିଜୁଳି ସଂଘ, ବରିଷ୍ଠ ନାଗରିକ ସଂଘ, ରେଳ ଉପଭୋକ୍ତା ସଂଘର
କର୍ମକର୍ତାଙ୍କ ସମେତ ଶିକ୍ଷାବିତ୍ ମନୋରଂଜନ ସାହୁ, ବିଭୂତିଶଙ୍କର ବିନ୍ଧାଣି, ପ୍ରଭାକର ମିଶ୍ର, ତରୁଣ କୁମାର ମିଶ୍ର, ଦିବାକର ହୋତା, ବିମଳ ଚକ୍ରବର୍ତ୍ତି, ସୌକିଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଭିନ୍ନ ସଂଗଠନ ତରଫରୁ ମନୋରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗ ତରଫରୁ ଏସିଷ୍ଟାଣ୍ଡ ପ୍ରଫେସର ଜିତେନ୍ଦ୍ର ବାରିକ, ଲୁସିକା ନାୟକ, ଶିବଦ୍ୱିତୀ ମହାପାତ୍ର ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।