-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ସମାଧାନ କରିବାକୁ ଡକାଇ ନିସ୍ତୁକ୍ ମାଡ:ଖପ୍ରାଖୋଲ ଥାନାପୁଲିସ୍ ବିରୁଦ୍ଧରେ ଅଭିଯୋଗ; ଖପ୍ରାଖୋଲ ଥାନା ପୁଲିସର ବାରମ୍ବାର କ୍ଷମତାର ଅପବ୍ୟବହାର

07-Jul-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ):  ସ୍ବାମୀ-ସ୍ତ୍ରୀଙ୍କ ବିବାଦକୁ ସମାଧାନ କରିବାକୁ ଥାନାକୁ ଡକାଇ ଜଣେ ଦଳିତ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଖପ୍ରାଖୋଲ ପୁଲିସ ଲାଠି ଓ ଯୋତାରେ ନିସ୍ତୁକ ମାଡ ମାରିବା ସମ୍ପର୍କରେ ବଲାଙ୍ଗୀର ଏସ୍ ପିଙ୍କ ଠାରେ ପୀଡିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।  ତାଙ୍କୁ ଗତକାଲିଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଗ୍ରାମବାସୀ ମୁଖିଆ , ବିଶିଷ୍ଟ ସ୍ବେଚ୍ଛାସେବୀ ଓ ଜିଲ୍ଲାସ୍ତରୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ତାଙ୍କ ନାବାଳିକା ଝିଅ ଓ ବଡଭାଇ ବଲାଙ୍ଗୀର ଏସ୍ ପିଙ୍କ ଅଫିସକୁ ଆସି ଏସ୍ ପି ଅଭିଳାଷ ଜିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍ ପି ଡ ଆଲୋକ କୁମାର ଜେନାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଡ ଜେନା ତୁରନ୍ତ ଏ ସମ୍ପର୍କରେ ଏସ୍ ପିଙ୍କ ସହ ବିଚାରବିମର୍ଷ କରି ଉପଯୁକ୍ତ ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଅଭିଯୋଗକୁ ଗ୍ରହଣ କରି ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ , ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ମଧ୍ଯ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରକାଶ ।

ଉକ୍ତ ଅଭିଯୋଗରୁ ପ୍ରକାଶ ଯେ ଖପ୍ରାଖୋଲ ଥାନାନ୍ତର୍ଗତ ତେଲେନପାଲି ପଞ୍ଚାୟତର ଘୁଚାପାଲିର ଚାରୋଟି ପୁଅଝିଅ ଙ୍କ ବାପମାଆ ଲକ୍ଷେ ସିଂ କୁମ୍ଭାର ( ୪୦ ) ଓ ତାଙ୍କ ପତ୍ନୀ କମଳା କୁମ୍ଭାର ( ୩୫ ) ଙ୍କ ମଧ୍ଯରେ ପାରିବାରିକ ବିବାଦ ହେତୁ ପତ୍ନୀ କମଳା ବାରମ୍ବାର ପିଲାଙ୍କୁ ଛାଡି ନିକଟସ୍ଥ ଗୁଣ୍ଡୁରୁପାଲି ବାପଘରକୁ ପଳାଉଥିଲେ । ଗତ ୫ ମାସତଳେ ପଳାଇଯାଇ ଗତ ୪ ତାରିଖ ଦିନ ତାଙ୍କ ଭାଇ ଆଦି ପରିବାରର ଲୋକଙ୍କ ସହ ଫେରିଆସିବାରୁ ତାଙ୍କର ଏପରି ବାରମ୍ବାର ପଳାଇ ଯାଉଥିବା ଯୋଗୁଁ ଛୁଆଙ୍କର ପାଠପଢା , ରୋଷେଇବାସ ଓ ଗୁଜୁରାଣ ମେଣ୍ଟାଇବା ଇତ୍ୟାଦି ପାଇଁ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାରୁ ସ୍ବାମୀ ଅଭିମାନରେ ପତ୍ନୀଙ୍କୁ ରଖିବିନାହିଁ , ଚାଲିଯିବାକୁ କହିବାରୁ ସେମାନେ ଥାନାକୁ ଯାଉଛୁ କହି ଚାଲିଯାଇ ସ୍ଥାନୀୟ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିବା ଓ ପ୍ରକୃତରେ ସ୍ବାମୀ ଜଣକ ଜାତିସମାଜଙ୍କ ଉପସ୍ଥିତିରେ ଏହି ବିବାଦର ଏକ ସୁସ୍ଥ ଓ ସର୍ବକାଳୀନ ସମାଧାନ ଚାହୁଁଥିବା ପ୍ରକାଶ କରିଛନ୍ତି ।

ତେବେ ସେ ଏସ୍ ପିଙ୍କୁ ଦେଇଥିବା ଏହି ଅଭିଯୋଗରେ ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ପ୍ରକାଶ କରିଛନ୍ତି ଯେ ' ତାଙ୍କର ଚାରିଛୁଆଙ୍କର ମାଆ ମୋ ବିରୁଦ୍ଧରେ ଏମିତି କଅଣ ସଙ୍ଗୀନ୍ ଅଭିଯୋଗ କଲେ ଯେ ସେଦିନ ଖପ୍ରାଖୋଲ ଥାନାର ପୁଲିସ ଅଧିକାରୀ ତାଙ୍କୁ ଥାନାକୁ ଆସିବାକୁ ତାଙ୍କ ମୋବାଇଲ୍ ରେ ଆଦେଶ ଦେଲେ ଓ ସେ ଅସୁବିଧାବଶତଃ ସେ ଦିନ ଯାଇ ନପାରିବା ଜଣାଇ ପରଦିନ ଥାନାକୁ ଯାଇ ହାଜର ହୋଇଥିଲେ ।  କିନ୍ତୁ ସେ ତାଙ୍କ ବଡଝିଅ ଗୋମତୀ ( ୧୬ ) ସହ ଥାନାରେ ପହଞ୍ଚିବା କ୍ଷଣି ଖପ୍ରାଖୋଲ ଥାନାର ପୁଲିସ ବାବୁ ଶ୍ରୀ ରବୀନ୍ଦ୍ର କୁମ୍ଭାର ତାଙ୍କ ତଣ୍ଟିରେ ତାଙ୍କ ଗାମୁଛାକୁ ଯୋଗରେ ଭିଡି ଉପରକୁ ଟେକି ଯୋତାରେ ପିଟି ମୁଣ୍ଡବାଳକୁ ଧରି ଭିତରକୁ ଘୋଷାଡି ନେଇ ଏକ ଲାଠିରେ ଆଖିବୁଜା ବାଡେଇଚାଲିଲେ । ଏହା ଦେଖି ମୋ ଝିଅ  କାନ୍ଦି କାନ୍ଦି ଦୌଡି ଆସିବାରୁ ତାକୁ ହାତଧରି ବାହାରକୁ ଠେଲିଦେଲେ ଓ ତାକୁ ମଧ୍ଯ ବାଡେଇବାକୁ ଧମକ ଦେଲେ । ତାଙ୍କର ରାଗ ଏତିକିରେ ଶେଷ ହେଲାନାହିଁ ଯେ ' ଘରୁ ତୁ ଖାଇକରି ଆସିଛୁ ନା ନାହିଁ ? ' ପଚାରି କେତେ ମାଡ ଖାଇପାରିବୁ କହି ବାଡେଇ ଚାଲିଲେ ଓ ତାଙ୍କ ସ୍ତ୍ରୀଙ୍କ ସହିତ ଏକ ରାଜିନାମାରେ ଦସ୍ତଖତ କରାଇନେଲେ ।

ଆହୁରିମଧ୍ୟ ସେ ସେ ନିକଟସ୍ଥ ଖପ୍ରାଖୋଲ ସରକାରୀ ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଯାଇଥିବା ବେଳେ ଉକ୍ତ ପୁଲିସ ଅଧିକାରୀ ସେଠାକୁ ଯାଇ ଡାକ୍ତରଙ୍କ କାଗଜପତ୍ର ଛଡାଇ ନେଇଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି । 

ତେବେ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏହି ମାଓପ୍ରବଣ ଖପ୍ରାଖୋଲ ଥାନାପୁଲିସ୍ ର ଏପରି କ୍ଷମତାର ଅପବ୍ୟବହାର ଘଟଣା ନୂଆ ନୁହେଁ । ଏପରିକି ଖପ୍ରାଖୋଲ ଥାନାପୁଲିସର ଆଇନକୁ ହାତକୁ ନେଇ କ୍ଷମତାର ଅପବ୍ୟବହାର କରିବା ସୀମାଲଙ୍ଘନ କରିଥିବା ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ଦ୍ବାରା ଥାନାରେ ଯାଇ ପ୍ରତିବାଦ ପ୍ରଦର୍ଶନ ସହ ବିଧାନସଭାରେ ଜଣେ ବିଧାୟକଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଛି । 

 କିଛିଦିନ ତଳେ ଖପ୍ରାଖୋଲ କ୍ଷୁଦ୍ରଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଲୋହିତ କିଶୋର ବଳଙ୍କୁ ଅଫିସ ଭିତରେ ପଶି ଜଣେ ଭାଜପା ସମିତିସଭ୍ଯ ଉପେନ୍ଦ୍ର ଭୋଇ ବନ୍ଧୁକ ଦେଖାଇ ମରଣାନ୍ତକ ମାଡ ମାରିଥିବା ଓ ପୀଡିତ କନିଷ୍ଠଯନ୍ତ୍ରୀ ଜଣକ ଥାନାକୁ ଯିବାରୁ ଥାନାଧିକାରୀ ନରେନ୍ଦ୍ର ଛତର ତାଙ୍କ ଏତଲା ନ ରଖିବା , ସେ କାହିଁକି ଥାନାକୁ ଗଲେ ? ' ବୋଲି ପୁଣି ଉକ୍ତ ଆକ୍ରମଣକାରୀ ଓ ତାର ସହଯୋଗୀମାନେ ତାଙ୍କୁ ତାଙ୍କ ବସାରୁ ଘୋଷାଡି ଆଣି ଥାନାଧିକାରୀଙ୍କ ଜ୍ଞାତସାରରେ ଦିନ ଦ୍ବିପହର ରେ  ଥାନାସାମ୍ନାରେ ପିଟି ପିଟି ରକ୍ତାକ୍ତ ଓ ବେହୋସ୍ କରି ଗାଡିରେ ଅପହରଣ କରିନେଇ ପାଟଣାଗଡରେ 'ଘରକୁ  ପଳା' କହି ଛାଡିବା , ଓଲଟି ଉକ୍ତ ଅଭିଯୁକ୍ତ ତରଫରୁ ପୀଡିତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଏକ କାଉଣ୍ଟର କେସ୍ କରିବା , ଉକ୍ତ ପୀଡିତ କନିଷ୍ଠଯନ୍ତ୍ରୀ ବଲାଙ୍ଗୀର ଏସ୍ ପିଙ୍କ ଅଫିସକୁ ଯାଇ ଅଭିଯୋଗ କରିବାରୁ ଏସ୍ ପିଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗୀର ଟାଉନ ଥାନାରେ ତାଙ୍କ ଏତଲା ଗ୍ରହଣ କରାଯାଇ ଖପ୍ରାଖୋଲ ଥାନାକୁ ହସ୍ତାନ୍ତର କରାଯିବା ଓ ଶେଷରେ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସତ୍ତ୍ବେ କୌଣସି ତଦନ୍ତ ନ ହେବାରୁ ପୀଡିତ କନିଷ୍ଠଯନ୍ତ୍ରୀ ଜଣକ ଚାକିରୀ ଛାଡିଦେବା ଭଳି ଘଟଣା ମଧ୍ଯ ଘଟିଛି । ଏଣୁ ଏହି ଅଭିଯୋଗର ତଦନ୍ତର ପରିଣତି କ'ଣ ହେବ , ଦେଖିବାକୁ ବାକି ରହିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like