-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ପ୍ରଶାସନର ଅନୁପସ୍ଥିତ ଯୋଗୁଁ ଅକାଳରେ ଜୀବନ ଗଲା ୧୨ବର୍ଷର ବାଳକ (ବିନିକା ରଥ ଟଣାରେ ଅଘଟଣ,ଜଣେ ମୃତ,୩ଆହତ)

07-Jul-2025



ବିନିକା(ହିମାଂଶୁ ଶେଖର ପୁଟେଲ)ଦୀର୍ଘ ଦଶନ୍ଧି ଧରି ପାଳିତ ହୋଇ ଆସୁଛି ରଥ ଯାତ୍ରା ।ହେଲେ କେବେ ବି ଏଭଳି ଦୁଃଖଦ ଘଟଣା ଘଟି ନଥିବା ବୁଦ୍ଧିଜୀବୀ ମହଲରେ ଶୁଣିବାକୁ ମିଳେ   ହେଲେ ଚଳିତ ବର୍ଷ ବିନିକା ବାହୁଡ଼ା ଯାତ୍ରା ରଥ ଟଣା ବେଳେ ଘଟି ଯାଇଥିବା ଦୁଃଖଦ ଘଟଣା ଅଞ୍ଚଳର ଭକ୍ତ ପ୍ରେମୀ ମହଲରେ ଶୋକର ଲହରୀ ଖେଳିଯାଇଛି ।ଘଟଣାଟି ଘଟିଛି ଖୋଦ ବିନିକା ସହରରେ। ମହାପ୍ରଭୁ ଜଗନ୍ନାଥ,ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ୧୦ଦିନ ମାଉସୀ ମନ୍ଦିରରେ ରହିବା ପରେ ବାହାରିଥିଲେ ବାହୁଡ଼ା ଯାତ୍ରାରେ ନିଜ ମନ୍ଦିରକୁ । ସେଥିପାଇଁ ରଥ ଯାତ୍ରା ପରିଚାଳନା କମିଟି ସଦସ୍ୟ,ପ୍ରଶାସନିକ ଅଧିକାରୀ,ପୋଲିସ ପ୍ରଶାସନ ତରଫରୁ ସମସ୍ତ ବିଧି ବ୍ୟବସ୍ଥା ଚୂଡାନ୍ତ ହୋଇଥିଲା। ହେଲେ ସବୁ ବ୍ୟବସ୍ଥା ସତ୍ତ୍ବେ କାହିଁକି ରଥ ଟଣା ବେଳେ ଏପରି ଅଘଟଣ ଘଟିଲା ଯାହାକି ସେହି ଘଟଣାରେ ଜଣେ ୧୨ବର୍ଷର ବାଳକ ମୃତ୍ୟୁ ହୋଇଥିବା ବେଳେ ୩ଜଣ ନାବାଳକ ସମେତ ୨ଜଣ ଶ୍ରଦ୍ଧାଳୁ ଭକ୍ତ ଆହତ ହୋଇଥିଲେ ।ଯାହାକୁ ନେଇ ଅଞ୍ଚଳର ଜନସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ହେବା ସହିତ ଏହି ଦୁଃଖଦ ଘଟଣା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ଲୋକ ମୁଖରୁ ଶୁଣିବାକୁ ମିଳୁଛି ।ଖବର ନେବାରୁ ଜଣାପଡିଛି ଯେ ରବିବାର ଅପରାହ୍ନ ପ୍ରାୟ ୩ଟାରେ ପ୍ରଥମେ ବଳଭଦ୍ର ଓ ଶୁଭଦ୍ରାଙ୍କ ତାଳଧ୍ଵଜ ରଥ ଟଣା ହୋଇଥିଲା ହେଲେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀ କି କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିଲେ ।ରଥ ଉପରେ ପୂଜକ ସହ ୨/୩ଜଣ ବ୍ୟକ୍ତି ରହିଥିଲେ ।ଅଚାନକ ଘଣ୍ଟ ବାଜିବା ପରେ ରଥ ଟାଣି ଥିଲେ ଭକ୍ତ ।ଗନ୍ତବ୍ୟ ସ୍ଥଳରୁ ମାତ୍ର କିଛିଦୂର ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଗଡିବା ପରେ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ଖମ୍ବରେ ପିଟି ହେଲା। ଠିକ ସେହି ସମୟରେ ୪ନାବାଳକ ସମେତ ୨ଭକ୍ତ ରଥ ଚକରେ ଚାପି ହୋଇ ଖଣ୍ଡିଆ, ଖାବଡା ହୋଇଥିଲେ ।ଉପସ୍ଥିତ ଭକ୍ତମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେମାନଙ୍କ ମଧ୍ୟରୁ ୧୨ବର୍ଷର ବାଳକ ପିଙ୍କୁ ମେହେର ର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା କିଛି ଘଣ୍ଟାର ଚିକିସ୍ୱା ପରେ ଅବସ୍ଥା ଜଟିଳ ଥିବାରୁ ବୁର୍ଲା ଡାକ୍ତର ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପିଙ୍କୁ କୁ କଟକ ନିଆଯାଉଥିବା ବେଳେ ରାତି ପ୍ରାୟ ୨ଟା ସମୟରେ ରେଢାଖୋଲ ନିକଟରେ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣା ପ୍ରଘଟ ହେବାପରେ ଆଜି ସକାଳ ଠାରୁ ସାରା ବିନିକା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଉ କେତେକଙ୍କ ଆଖିରୁ ଲୁହ ଝରୁଥିବା ଦେଖା ଯାଇଥିଲା। ମୃତ ବାଳକ ବରଗଡ଼ ଜିଲ୍ଲା ଭେଡେନ ଥାନା ଥୁଆପାଲି ଗ୍ରାମର ।ଘରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ବାପା,ମା  ପୁଅ,ଝିଅକୁ ଧରି ବିନିକା ଆସି ଘର ଭଡ଼ାରେ ରହୁଥିଲେ। ମୃତ ବାଳକର ବାପା ନିକଟ ଗ୍ରାମରେ ଏକ ଦୋକାନ ଦେଇ ପରିବାର ଚଳାଉଥିଲେ।  ହେଲେ ଏକମାତ୍ର ପୁଅକୁ ହରେଇବା ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତେବେ ଏହି ଘଟଣରେ ଅନ୍ୟ ସମସ୍ତ ଆହତ ଚିକିତ୍ସାଧୀନ ପରେ ତାଙ୍କ ସ୍ୱାସ୍ଥ୍ୟରେ ଅଗ୍ରଗତି ହୋଇଥିବା ସୂଚନା ମିଳିଛି ।ଅନ୍ୟ ପକ୍ଷରେ ଏହି ଘଟଣା ପାଇଁ ପ୍ରଶାସନ ହିଁ ସମ୍ପୂର୍ଣ୍ଣ ଦାୟୀ ବୋଲି ସାଧାରଣରେ ଚର୍ଚା ହେଉଛି ।ମୃତ ବାଳକର ଶବ ବ୍ୟବଚ୍ଛେଦ ବରଗଡ଼ ଜିଲ୍ଲା ଡାକ୍ତରଖାନାରେ କରାଯିବା ପରେ ନିଜ ଗ୍ରାମ ଥୁଆପାଳିକୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ମୃତ ବାଳକର ପରିବାରବର୍ଗ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like