-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
07-Jul-2025
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଳକ୍ ବକଟି ଉଷା ଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନ ଶିକ୍ଷକ ଚିନ୍ମୟ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ କୁ ନେଇ ଏକ ସଭାର ଆୟୋଜନ କରାଯାଇ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ବିସୟରେ ଏକ ଵକ୍ରୃତା ପ୍ରତିଯୋଗିତା ଅନୁଷ୍ଡିତ ହୋଇଥିଲା l ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିବେଶ ପାଇଁ ଗଛର ଆବଶ୍ୟକତା ଓ ତାର ମହତ୍ଵ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ପରେ ସ୍କୁଲ ର ସବୁଜ ବାହିନୀ ଦ୍ବାରା ସ୍କୁଲ ପ୍ରାଙ୍ଗଣରେ ବିଭିନ୍ନ ଗଛ ଲଗାଜାଇଥିଲା। କାର୍ଯ୍ୟକ୍ରମ କୁ ସରୋଜ ବିଶ୍ବାଳ ପରିଚାଳନା କରିଥିବା ବେଳେ ସଙ୍ଗିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l