-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
04-Jul-2025
ସାଲେଭଟା(ପ୍ରେରଣା ଖବର): ଆଗଲପୁର ପଞ୍ଚାୟତ ସମିତମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୂତନ ଭାରତ ନିର୍ମାଣରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଅବଦାନ' ଶୀର୍ଷକ ରାଜନୀତି ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ଯ ଶାନ୍ତନୁ କୁମାର ପାଢୀ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଶିବାନନ୍ଦ ସାହୁ, ରୁପେଶ ଷଣ୍ଢ ଓ ନୀଳାମ୍ବର ବାରିକ ମଞ୍ଚାସୀନ ଥାଇ ଡକ୍ଟର ମୁଖାର୍ଜୀଙ୍କ ସଂପର୍କରେ ଅଭିଭାଷଣ ରଖିଥିଲେ। ସଭାକୁ ଓଡ଼ିଆ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଂଯୋଜନା କରିଥିବାବେଳେ ଡକ୍ଟର ସୋମନାଥ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ବବଲୁ ଛତ୍ରିଆ ପ୍ରଥମ, ଦୀପା ପଟେଲ ଦ୍ବିତୀୟ ଓ ତିଲୋତ୍ତମା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।