-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2025
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ହୀରାପାଲି ଗାଁ'କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବର୍ତ୍ତମାନ ବିପର୍ଯ୍ୟୟ ଅବସ୍ଥାରେ ପଡ଼ିରହିଛି । ଦୁଇ ବର୍ଷ ପୂର୍ବରୁ ଏହି ରାସ୍ତାରେ ମୁରୁମ୍ ବିଛା ଯାଇଥଲା । କିନ୍ତୁ ରାସ୍ତାରେ ଅନେକ ଖାଲଢିପ ଥିବାବେଳେ ଖାଲ ସ୍ଥାନ ମାନଙ୍କରେ ବର୍ଷା ପାଣି ଜମିରହି ରାସ୍ତା ଅଧିକ କାଦୁଅମୟ ହେଇଛି । ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ନଜର ରହିଛି। ବିଶେଷ କରି ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ କାଦୁଆ ରାସ୍ତା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ରାସ୍ତାର ଅବସ୍ଥା ଯୋଗୁଁ ଜରୁରୀ କାଳୀନ ଗାଡ଼ି ଯିବା ବହୁତ ମୁସୁକିଲି ହୋଇ ପଡ଼ିଛି। ଗତ ରାତିରେ ଏହି ଗାଦୁଅ ରାସ୍ତା ଯୋଗୁଁ ଜଣେ ବାଇକ ଆରୋହୀ ଦୁର୍ଘଟଣା ଶିକାର ହୋଇଛନ୍ତି। ସେହିଭଳି ଆଜି ସକାଳୁ ଦୁଇ ଜଣ ଛାତ୍ରଛାତ୍ରୀ ସ୍କୁଲ ଆସୁଥିବା ସମୟରେ କାଦୁଅରେ ସାଇକେଲ ଖସିଯାଇ କାଦୁଆ ରେ ପଡିଯାଇଥିଲେ। ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତିଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ କରିବାପାଇଁ ଗ୍ରାମ ବାସୀ ଦାବୀ କରୁଛନ୍ତି । ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ବର୍ଷା ଅସରା କୁ ଅସରା କୁ ବର୍ଷା ହେଉଥିବାରୁ ଏହି ରାସ୍ତାରେ ଏବେ ଯାତାୟାତ କରିବା ମୁସ୍କିଲ ହୋଇପଡିଛି ।ହୀରାପାଲି ଗାଁ ର ସ୍କୁଲ ପ୍ରଥମ ରୁ ପଞ୍ଚମ ଯାଏ ଥିଲାକିନ୍ତୁ ସ୍କୁଲ ଉଠିଯିବା ପରେ ଏବେ ହୀରାପାଲି ଗ୍ରାମର କୁନି କୁନି ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ନିକଟସ୍ଥ ବଳିପାଲି ଗାଁ ସ୍କୁଲକୁ ପଢ଼ିବା ପାଇଁ ଯାଇଥାନ୍ତି । ଅନେକ ସମୟରେ ଗାଡ଼ି ମଟର ଚଳାଚଳ ବେଳେ କାଦୁଅ ପାଣି ଛିଟିକି ପଡୁଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ତଥା ପଞ୍ଚାୟତ କାର୍ଯ୍ୟାଳୟକୁ ୟକୁ ଯାଉଥିବା ବୃଦ୍ଧବୃଦ୍ଧା ହିତାଧିକାରୀ ବହୁ ଅସୁବିଧ