-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
23-Jun-2025
ବଲାଙ୍ଗିର ଜିଲ୍ଲା ଦେଓଗା ବ୍ଲକ୍ ଉପର୍ଝର୍ ଗ୍ରାମ ଖେଳ ପଡିଆରେ ଆଜାଦ ହିନ୍ଦ୍ କ୍ଲବ୍ ତରଫରୁ ଅନୁଷ୍ଠିତ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଅlନ୍ତର୍ଜାତୀୟ କରାଟେ ସ୍ୱର୍ଣ ପଦକ ବିଜେତା ତଥା କରାଟେ କୋଚ ଅସୀମ କୁମାର୍ ଭୋଇ ମୁଖ୍ୟ ଅତିଥି ଋପେ ଯୋଗଦାନ ଦେଇଥିଲେ l ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କ୍ରିଡା ଏକ ମାତ୍ର ମାଧ୍ୟମ ବୋଲି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି l ଏହି ପ୍ରତିଯୋଗିତାରେ ୮ଟି ଟିମ୍ ଭାଗ ନେଇଥିବା ବେଳେ ଉପର୍ଝର୍ ଟିମ୍ ବିଜେତା ଓ ମହଲେଇ ଟିମ୍ ଉପ ବିଜେତା ଘୋଷିତ ହୋଇଥିଲେ l ବିଜେତାଙ୍କୁ ମୁଖ୍ୟ ଅତିଥି ଶ୍ରୀ ଭୋଇ ଆର୍ଥିକ ରାଶି ସହ ପୁରସ୍କୃତ କରିଥିଲେ l