-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି । ସର୍ଭାଇକାଲ ଆର୍ଥାରାଇଟ୍ସ ରୋଗରେ ସେ ପୀଡିତ ଥିଲେ । ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଅସ୍ତ୍ରୋପଚାର ହୋଇଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଡାକ୍ତର ତାଙ୍କୁ ଦୁଇ ଦିନ ପାଇଁ ଅବଜରଭେସନରେ ରଖିବେ ଓ ୫ ରୁ ୬ ଦିନ ଭିତରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯିବେ ବୋଲି ଡାକ୍ତର ରମାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ଶୁଭ ମନାସୀ ପୂଜାର୍ଚ୍ଚନା ସହିତ ଦୀପ ଦାନ ଚାଲୁ ରହିଛି ।
(ରିପୋର୍ଟ: ରଞ୍ଜିତ ମହାନ୍ତି)