-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଅର୍ଥହୀନ: ବିଜେଡି

17-Jun-2025



ବଲାଙ୍ଗିର(ପ୍ରେରଣା ଖବର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ବଲାଙ୍ଗିର ଗସ୍ତକୁ ପ୍ରତିବାଦ କରି ବଲାଙ୍ଗିର ସାମ୍ୱାଦିକ ଭବନରେ ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସରୋଜ ମେହେରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଅର୍ଥହୀନ ବୋଲି କହିଛନ୍ତି। ଯାହା ପ୍ରତିଶ୍ରୁତି ନେଇ ବିଜେପି ସରକାର କ୍ଷମତାକୁ ଆସିଥିଲା ତାହା ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି । ଜିଲ୍ଲାବାସୀଙ୍କ ଦାବି ଅନୁସାରେ ବିଜୟାନନ୍ଦ ଚିନିକଳ ପୁଣି ଠାରେ କାର୍ଯ୍ୟକ୍ଷମ କରିବାର ଦାବି କରୁଥିବା ବେଳେ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିଥିଲେ। ଏ ନେଇ କିଛି ଘୋଷଣା କରିବାର ଆଶା ରହିଥିଲା କିନ୍ତୁ ସେ କ୍ଷେତ୍ରରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ଧଳା ସୁନାର ଅଞ୍ଚଳ ବଲାଙ୍ଗିର ଜିଲ୍ଲାରେ ଟେସ୍କଟାଇଲ ମିଲ ସ୍ଥାପନ କରିବା ପାଇଁ ଦାବି ହେଉଥିବା ବେଳେ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି। କେବଲ ଏତିକି ନୁହଁ ଉପମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଶିଶୁବିକ୍ରୀ, ଦାଦନ ଚାଲାଣ ହେଉଥିବା ବେଳେ ବିଜେପି ସରକାରକୁ ଆସିବା ପରେ ତାଙ୍କର ଆଚରଣ, ଉଚ୍ଚାରଣ ସମସ୍ତଙ୍କୁ ବ୍ୟଥିତ କରିଥିବା ଜିଲ୍ଲା ସଭାପତି ଶ୍ରୀ ମେହେର ପ୍ରକାଶ କରିଛନ୍ତି। ଏପରିକି ଯେଉଁ ଅପର ଲାନ୍ଥ ପ୍ରକଳ୍ପ ବିଷୟରେ ବିଜେପି ସରକାର କହୁଛନ୍ତି ସେହି ଅଞ୍ଚଳର ବିସ୍ଥାପିତ ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆତଙ୍କବାଦୀ କହୁଛନ୍ତି ଯାହାକି ଏକ ଦୁର୍ଭାଗ୍ୟର ବିଷୟ ବୋଲି ସଭାପତି ଶ୍ରୀ ମେହେର କହିଛନ୍ତି। ସରକାର ଗଢ଼ିବା ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି ବୋଲି କହୁଛନ୍ତି। କିନ୍ତୁ ଯହାକିଛି ବିକାଶ ମୂଳକ କାମ ହୋଇଛି ତାହା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିବା ସମୟ ରେ ହୋଇଛି। ବିଜେପି ସରକାର ଖାଲି କରିଦେବୁ କରିଦେବୁ କହୁଛି କିନ୍ତୁ ଗୋଟିଏ ବର୍ଷ ହେଲା କଣ କରିଛନ୍ତି ସେ ନେଇ କିଛି ତାଙ୍କ ପାଖରେ ଉତ୍ତର ନଥିବା ସେ କହିଛନ୍ତି। ଜିଲ୍ଲା ରେ ବିକାଶ ବର୍ଷକ ପୂର୍ବରୁ ଯେଉଁଠି ଥିଲା ସେଠାରେ ହିଁ ଅଟକି ଥିବା ବିଜେଡି କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ନ କହିବା ଭଲ । ଆଜି ପର୍ଯ୍ୟନ୍ତ ମେଡିକାଲ କଲେଜ ଡାକ୍ତରଖାନା ନୂତନ କୋଠାକୁ ସ୍ଥାନାନ୍ତର ହୋଇପାରିନାହିଁ। ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ଡାକ୍ତରଖାନାର ବି ଅବସ୍ଥା ଖରାପ ବୋଲି ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ। ଜିଲ୍ଲା ପାଇଁ ମଞ୍ଜୁର ହୋଇଥିବା ୫ଟି ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ବାତିଲ କରିବାର କାରଣ କଣ ବୋଲି ପୂର୍ବତନ ଜଳସେଚନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବର୍ଷକୁ ୧୦ହଜାର ଟଙ୍କାରେ କେଉଁ ମହିଳା ଲକ୍ଷପତି ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର କେବଳ ପ୍ରହସନ ପାଲଟିଥିବା ପୂର୍ବତନ ମନ୍ତ୍ରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କହିଥିଲେ ଯେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ଓ ଜିଲ୍ଲାପରିଷଦ ସଭାପତିଙ୍କୁ  ରାଜନୈତିକ ଉଦ୍ଦେଶ୍ୟ ନେଇ ଡକା ନଯିବା ଏହା ସରକାରୀ କାର୍ଯ୍ୟକ୍ରମ ନଥିଲା ଏହା ଦଳୀୟ କାର୍ଯ୍ୟକ୍ରମ ବୋଧ ହୁଏ ଥିଲା । ଆମେ ଜିଲ୍ଲାପାଲଙ୍କୁ ଲିଖିତ ଅଭିଯୋଗ କରିଥିଲୁ, ଜିଲ୍ଲାପାଲ ଙ୍କୁ ଦଳୀୟ ନେତାଙ୍କ ଚାପ ପଡ଼ିଥିଲା । ଆଗକୁ ବିଜେଡି ଦଳ ଲୋକଙ୍କ ପାଇଁ ଲଢେଇ କରିବ ଓ ଘର ଘର ଯାଇ ବିଜେପି ସରକାରର ବିଫଳତା କହିବେ ଓ ବିଜେପି ନେତାଙ୍କ ମୁଖା ଖୋଲିବ ବୋଲି ବିଜେଡି ନେତା ମାନେ ମତ ରଖିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ବିଧାୟକ ଆୟୁବ ଖାଁ, ସାଂସଦ ପାର୍ଥି ଥିବା ସୁରେନ୍ଦ୍ର ସିଂଭୋଇ, କଣ୍ଟାବାଞ୍ଜି ବିଧାୟକ ପାର୍ଥୀ ଥିବା ଅଜୟ ଦାସ, ଲୋଇସିଂହା ବିଧାୟକ ପାର୍ଥୀ ନିହାର ରଂଜନ ବେହେରା, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ଜିଲ୍ଲା ବିଜେଡି ମହିଳା ସଭାପତି ଦମୟନ୍ତୀ ବାଗ, ବରିଷ୍ଟ ନେତା ପ୍ରଭାତ ପାଣିଗ୍ରାହୀ, ଓ ବିଜେଡି ଛାତ୍ର ନେତା ସୁମନ ନନ୍ଦ ଉପସ୍ଥିତ ଥିଲେ।


News Comment