-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
11-Jun-2025
ବଲାଙ୍ଗୀର(ପ୍ରେରଣା ଖବର):ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ କ୍ରାଏ (CRY ) କଲିକତା ତରଫରୁ ପଲ୍ଲୀ ଆଲୋକ ପାଠାଗାରର ଆୟୋଜନ କ୍ରମେ ଏକ ଜିଲ୍ଲାସ୍ତରୀୟ ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଟିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ଦୋରା ଉପସ୍ଥିତ ରହି ସମନ୍ୱିତ ଶିଶୁ ବିକାଶ ଯୋଜନା ଉପରେ ଜଣାଇଥିଲେ।ଏହି ଅବସରରେ ମମତା ସଂଯୋଜିକା ଶିବାନୀ ଠାକୁର ମମତା ଯୋଜନା,ବାଲ୍ୟ ବିବାହ ,ପୃଷ୍ଟି ଉପରେ ମନ୍ତବ୍ୟ ଦେବା ସହ ଟୋଲ ଫ୍ରୀ ନମ୍ବର ମହିଳା ପାଇ ୧୮୧, ଶିଶୁ ସୁରକ୍ଷା ପାଇଁ ୧୦୯୮,ଜରୁରୀକାଳୀନ ପାଇଁ ୧୧୨ ରେ ଫୋନ କରିବା ସହ ୱାନ ଟପ୍ ସେଣ୍ଟର ଓ ସ୍ଵଧାର ଗୃହ ଉପରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ର ଆର୍ ବି ଏସ୍ କେ ମ୍ୟାନେଜର ସୁଧୀର କୁମାର ପଣ୍ଡା କିଶୋରୀ ମାନଙ୍କ ପାଇଁ ଅମ୍ଲାନ,ଖୁସି, ଶ୍ରଦ୍ଧା କ୍ଲିନିକ୍, ଆଇରନ୍ ଟେବ୍ଲେଟ ଉପରେ ଜଣାଇଥିଲେ, ଆସିଷ୍ଟାଣ୍ଟ ମ୍ୟାନେଜର ହେମନ୍ତ ନାଗ୍ ୧୨ ତି ସ୍ବାସ୍ଥ୍ୟ ସେବା ଗ୍ରାମ୍ୟ ସ୍ତରରେ ମାଗଣାରେ ମିଳୁଥିବାରୁ ଜଣାଇଥିଲେ, ତତ୍ ସହିତ ଗ୍ରାମ୍ୟ କଲ୍ୟାଣ ସମିତି କୁ ସୁଦୃଢ କରି ନିଜ ଗାଁ କୁ ସୁସ୍ଥ ଗ୍ରାମ କରିବା ପାଇଁ ପରାମର୍ଶ ଦେଇ ଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଶିଶୁ ସୁରକ୍ଷା ଆଇନ୍ କାନୁନ୍ ଓ ମିଶନ ବାତ୍ସଲ୍ୟ ଉପରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଅରୁଣା ର ଜିଲ୍ଲା ପରାମର୍ଶଦାତା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୩ରେ ଶିଶୁ ମାନଙ୍କ ପାଇଁ ବଜେଟ୍ ରଖିବା ପାଇଁ ବ୍ୟବସ୍ଥା କରାଯାଇଅଛି ବୋଲି କହିଥିଲେ ଏବଂ ସୁଦକ୍ଷା ଯୋଜନା ରେ ଝିଅ ମାନଙ୍କ ପାଇଁ ବୈଷୟୀକ ଶିକ୍ଷା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ତେଣୁ ଏହାର ସୁଫଳ ନେବାକୁ ଜଣାଇଥିଲେ।କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରସାନ୍ତ ନାୟକ କାର୍ଯକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ।ଜିଲ୍ଲା ପ୍ରକଳ୍ପ ସଂଯୋଜକ ହିରାଲାଲ ମିଶ୍ର ସଂଯୋଜନା କରିଥିବା ବେଳେ ଅଜୟ କୁମାର ବାଦି ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ପିଣ୍ଟୁ ପଧାନ,ପ୍ରଶାନ୍ତ କୁଅଁର,ସସ୍ମିତା ମିଶ୍ର, ଲିଲିମା, ରଶ୍ମିତା, ରଞ୍ଜନ,ପ୍ରଶାନ୍ତ ଥାପା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।