-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

*ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

09-Jun-2025



ଗୁରୁଗ୍ରାମ/ ନୂଆଦିଲ୍ଲୀ ତା୦୯.୦୬ ରିଖ ; ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। 'ରଜ' ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ବିଶ୍ଵ ବିଦିତ। ରାଜ୍ୟର ଉତ୍କର୍ଷତା, ଉତ୍କୃଷ୍ଟତା ଓ ଉପାଦେୟତାକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପରିଚିତ ଓ ପ୍ରତିଷ୍ଠିତ କରିବା ପାଇଁ ଏହି ଉତ୍ସବ ଉଦ୍ଦିଷ୍ଟ। ମାତୃ ଉପାସନା ପାଇଁ ଉତ୍ସର୍ଗୀକୃତ ଏହି ମହା ପାର୍ବଣ , ମାଟି ମା' ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ। କଳିଙ୍ଗ ଭାରତୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ମହା ସମାରୋହ, ଆଗାମୀ ଜୁନ ୧୪ ଓ ୧୫ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଗୁରୁଗ୍ରାମର ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟ ପାଞ୍ଚ ହଜାର ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ଏହି ସମାବେଶରେ ସାମିଲ ହେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଏହି ମହୋତ୍ସବରେ ବରେଣ୍ୟ ଅତିଥି ଭାବରେ ହରିୟାଣାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଅଗ୍ନିବର୍ଷି ଯୁବନେତ୍ରୀ ଆରତୀ ସିଂ ରାଓ, ପ୍ରସିଦ୍ଧ ଚିକିତ୍ସାବିତ ଡଃ. ମୋହିତ ଗୁପ୍ତା, ବରିଷ୍ଠ ପ୍ରଶାସକ ପ୍ରଶାନ୍ତ କୁମାର ମହାପାତ୍ର ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଜାତୀୟ ସଭାପତି ଓ ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲଙ୍କ ଦ୍ୱାରା ପରିକଳ୍ପିତ ଏବଂ ପରିସ୍ଫୁଟିତ ଏହି ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ପରମ୍ପରା, ପରିପାଟି ଏବଂ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ଜଣାଯାଇଛି। ସମଗ୍ର ଉତ୍ତର ଭାରତ ବିଶେଷ କରି ହରିୟାଣାର ରଙ୍ଗାରଙ୍ଗ ସାଂସ୍କୃତିକ ବୈଭବକୁ ଓଡ଼ିଶା ମାଟିର ମହାନତା ଓ ମହନୀୟତା ସହିତ ସଂଯୁକ୍ତ କରିବା ଏହି ଉତ୍ସବର ଅସଲ ଉଦ୍ଦେଶ୍ୟ।

 

ଏହି ଦୁଇ ଦିନିଆ ସାଂସ୍କୃତିକ କୁମ୍ଭର ମୁଖ୍ୟ ଆକର୍ଷଣ ହେବ ଜାତୀୟ ଲୋକନୃତ୍ୟ ମହୋତ୍ସବ। କଳା ଉତ୍ସବ ନାମରେ ଲୋକପ୍ରିୟ ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା, ହରିଆଣା, ରାଜସ୍ଥାନ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ଆସିବାକୁ ଥିବା ପ୍ରାୟ ୨୫୦ ରୁ ଉର୍ଦ୍ଧ୍ଵ କଳାକାର ସେମାନଙ୍କର ପାରଦର୍ଶି ପ୍ରତିଭା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ। ଏହା ସହିତ ଲୋକପ୍ରିୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ସୁଶାନ୍ତ ପଣ୍ଡା, ସୁଦକ୍ଷ ଉପସ୍ଥାପକ ଶ୍ରୀ କମଳ ତଥା ସ୍ଥାନୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ମାନଙ୍କର ଜାଦୁଗରୀ ନୃତ୍ୟର ଝଲକ ମଧ୍ଯ ଦେଖିବାକୁ ମିଳିବ।

ରଜ ମହୋତ୍ସବ ଓ କଳା ଉତ୍ସବର ଅନ୍ୟାନ୍ୟ ବିଶେଷ ଆକର୍ଷଣଗୁଡ଼ିକ ମଧ୍ୟରେ କୋଡ଼ିଏଟି ନାନା କିସମ ସାମଗ୍ରୀର ଷ୍ଟଲ, ଖାଣ୍ଟି ସ୍ଵାଦିଷ୍ଟ ଓଡ଼ିଆ ଖାଦ୍ୟର ମହଜୁଦି, ରଜ ଦୋଳିର ଉପଲବ୍ଧି, ସ୍ଵତନ୍ତ୍ର ରଜ ପାନ ବଣ୍ଟନର ବ୍ୟବସ୍ଥା, ରଜ ରାଣୀ ଓ ରଜ କୁମାରୀ ଚୟନ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ରଙ୍ଗୋଲି, ଝୋଟି, ଭାରତୀୟ ନେତା ବିଷୟବସ୍ତୁ ଆଧାରିତ କୌତୁକ ପୋଷାକ ପରିଧାନ, ଓଡ଼ିଶାର ଇଷ୍ଟ ଦେବ ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଚିତ୍ର ଅଙ୍କନ ଏବଂ ବହୁ ଆକର୍ଷକ ପୁରସ୍କାର ସହିତ ଲକି ଡ୍ର ର ଆୟୋଜନ ସ୍ଥାନ ପାଇବାକୁ ଯାଉଛି।
 

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମହୋତ୍ସବର ମୁଖ୍ୟ ଆୟୋଜକ ଇଞ୍ଜିନିୟର ଅକ୍ଷୟ କୁମାର ସାମଲ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଷୋହଳ ଲକ୍ଷ ଓଡ଼ିଆ, ବହୁ ସଂଖ୍ୟାରେ ଆସି ଏହି ରଜ ମହୋତ୍ସବରେ ଭାଗ ନେବାକୁ ନିବେଦନ କରିଛନ୍ତି। ଓଡ଼ିଶାର ଅପାର ପ୍ରାଚୁର୍ଯ୍ୟ, ଅଜସ୍ର ମାଧୁର୍ଯ୍ୟ ଏବଂ ଅନନ୍ୟ ଚାତୁର୍ଯ୍ୟକୁ ଅଙ୍ଗେ ନିଭାଇବା ପାଇଁ ଏହା ଏକ ପ୍ରକୃଷ୍ଟ ଅବସର ବୋଲି ଇଞ୍ଜିନିୟର ସାମଲ ଦର୍ଶାଇଛନ୍ତି। ଜାତି, ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ମାନବିକତା, ସୌହାର୍ଦ୍ଦ୍ୟ ଏବଂ ଭାତୃତ୍ବର ଦୃଢ଼ ବନ୍ଧନରେ ସମସ୍ତଙ୍କୁ ଏକତ୍ର କରିବା ରଜ ପର୍ବର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ସାମଲ ସୂଚାଇଛନ୍ତି । ଏହି କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପ୍ରବେଶ ଶୁଳ୍କ ରହିତ ବୋଲି ଅନ୍ୟତମ ଆୟୋଜକ ସୁଧାଂଶୁ ପାଢ଼ୀ ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like