-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

କୁଟାସିଂହା ର ମାଁ ଅଭୟା କାଳୀଙ୍କ ଯାତ୍ରାର ଶେଷ ଦିନ ପୁଜା

09-Jun-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମାଁ ଅଭୟା କାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇ ଯାଇଛି।ବଲାଙ୍ଗୀର ସହର ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ।କାହିଁ କେଉଁ ଆବହମାନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା।ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦଶୀ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ରୀତିନୀତି ଅନୁସାରେ ମାଁ ଙ୍କ ପୂଜାର୍ଚ୍ଚନା ହୁଏ।ଦେଶିମଦ,ଅରୁଆ ଚାଉଳ, ସିନ୍ଦୁର, ଘିଅ, ସଳିତା, ଲିଆ(ଖଇ )ଧୂପ, ଫୁଲ ପୂଜାରେ ବ୍ୟବହାର କରାଯାଇ ଥାଏ। ପାରମ୍ପରିକ ପୁଝାରୀ(ଝାଙ୍କର),ଗାଁ ଗୌନ୍ତିଆ, ଛତର ଧାରୀ, ନିଆଁ ବେଟିଆଁ (ପାଲରେ ତିଆରି) ଧାରୀ, ଘଣ୍ଟଧାରୀଙ୍କ ସହିତ ସନ୍ଧ୍ୟା ସମୟରେ ଗ୍ରାମର ଚାରି ଦିଗରେ ଶାଳ କାଠକୁ ଦୀପଷ୍ଟାଣ୍ଡ କରାଯାଇ ମାଟି ଦୀପରେ ଫୁଲି(ଦେଶୀ ମଦରେ)୭ ଦିନ ବ୍ୟାପି ଅଖଣ୍ଡ ଜଳା ଯାଇଥାଏ।ରନ୍ଧା ଦେଶୀମଦକୁ ମାଁ ଙ୍କୁ ଅର୍ପଣ କରା ଯାଏ ।ଗ୍ରାମ ର ଜନସ୍କୃତିରୁ ଜଣାଯାଏ ଯେ ୧୯୩୬ ମସିହାରେ ମାଁ ଙ୍କ ଆବିର୍ଭାବ ଗାଁ ନିକଟ ଅଙ୍ଗନଦୀ କୂଳରେ ହୋଇଥିଲା।ସେହି ସମୟରୁ ଗାଁ ଗୌନ୍ତିଆଙ୍କ ପ୍ରଚେଷ୍ଟାରେ ମାଁ ଙ୍କ ଯାତ୍ରା ହୋଇଆସୁଛି।ଞଜ୍ୟୋଷ୍ଠ ମାସ ଶୁକ୍ଳ ଚତୁର୍ଦଶୀ ଦିନ ମାଁ ଙ୍କ ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ। ନିଷ୍ଠା ଓ ଭକ୍ତି ର ସହିତ ଗାଁ ର ପ୍ରତ୍ୟେକ ପରିବାରରୁ ନଡ଼ିଆ,ଫୁଲ, ଧୂପ, ଦୀପ, ଘିଅ, ସିନ୍ଦୁର ଗାଁ ମଝିରେ ଥିବା ମାଁଙ୍କ ପୀଠକୁ ଆସେ।ମାଁ ଙ୍କ ମୁଖ୍ୟ ଭୋଗ ନଡ଼ିଆ, ମୁଗକ୍ଷୀରି ଓ ଖଇ(ଲିଆ)। ମାଁ ହେଉଛନ୍ତି ଭାବ,ସ୍ନେହ ଏବଂ ମମତାର ଦେବୀ।ମାଁ ଅଭୟା ସମସ୍ତଙ୍କୁ ଅଭୟ ପ୍ରଦାନ କରି ରଖି ଆସିଛନ୍ତି।ଭକ୍ତମାନେ ମାଁଙ୍କ କରୁଣାର ସାନିଦ୍ଧ୍ୟ ଲାଭ କରୁଥିବାରୁ ପ୍ରଚଣ୍ଡ ରୌଦ୍ର ତାପ କୁ ଭ୍ରୁକ୍ଷେପ ନ କରି ଚାଲି ଆସୁଛନ୍ତି ମାଁ ଙ୍କ ପାଖକୁ।ବର୍ଷକୁ ବର୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମି ରହୁଛି ମାଁ ଅଭୟା ଙ୍କ ପୀଠରେ।ମାଁ ଙ୍କ ଠାରେ ଲାଗୁଥିବା ଭୋଗକୁ ବୟସ୍କ ବିଧବା ମହିଳା ମାନେ ପ୍ରସ୍ତୁତ କରିଥାନ୍ତି।ଅନ୍ୟାନ୍ୟ ପୂଜା କାର୍ଯ୍ୟରେ ବିଧବାଙ୍କୁ ବାରଣ ଥିବାବେଳେ ଏଠାରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ।ବିଧବାଙ୍କ ଉପରେ ମାଁ ଙ୍କ ଆଶୀର୍ବାଦ ରହିଥିବା ବିଶ୍ୱାସ କରାଯାଏ।ଏହି ୭ ଦିନ ଗାଁ ରେ ଆମିଷ ଭକ୍ଷଣ କରାଯାଏ ନାହିଁ।ବର୍ତ୍ତମାନ ପଶ୍ଚିମ ଓଡିଶା ର ତାରିଣୀ କୁହାଯାଉଥିବା ଏହି ପୀଠକୁ ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସୁଅ ମଧ୍ୟ ଛୁଟୁଛି।ଜ୍ୟୋଷ୍ଠ ପୂର୍ଣ୍ଣିମା ଦିନ ଭୋର ସକାଳେ ଗାଁ ର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ନିଆଁ ବେଟିଆଁ(ପାଲରେ ତିଆରି)ଠୁଁଟି ବାଢୁନ (ଝାଡୁ) ଖଇ ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ବତ୍ବଥ ବୃକ୍ଷ ମୂଳକୁ ଯାଇ ଦେବୀ ମାଁ ଙ୍କୁ ମେଲାଣି ଦେଇଥାନ୍ତି।ଏହି ମେଲାଣି ଯାତ୍ରାରେ ମାଁ ଙ୍କ ଆଗରେ କେହି ନ ଯିବାକୁ ବାରଣ ରହିଛି।ଗାଁ ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଯାତ୍ରା ରେ ଝାଙ୍କର ଶ୍ରୀହରି ଭୁଏ, ପିତାମ୍ବର ନାଗ,ଲେକୃ ସାହୁ, ନାଥୁଲାଲ ବାଘ, ଗରୁଡ଼ ସା, ବାଲି ବାଘ(ଛତର ଯାତ୍ରା) ପୂଜା ଦାୟିତ୍ୱରେ ଥିବାବେଳେ ମୁଖ୍ୟପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ଶତ୍ରୁଘନ ପୁରୋହିତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଯାତ୍ରା ପରିଚାଳନା କମିଟି ମୁଖ୍ୟ ଗୋବର୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବାବେଳେ ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱ ତୁଲାଇ ଥିଲେ।ଏହି ଯାତ୍ରାକୁ ସଫଳ କରିଥିବାରୁ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତଙ୍କ ସୁଖ କାମନା ସହ ଧନ୍ୟବାଦ ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like