-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2025
ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ୍ ଯୋଗାଣ ବିଭାଗ ଜଣେ ମହିଳାଙ୍କୁ ମୃତ ଦର୍ଶାଇ ତାଙ୍କ ରାଶନକାର୍ଡ କାଟିଦେଇଛି। ଏନେଇ ସମ୍ପୃକ୍ତ ମହିଳା ବିଭାଗର ଅଧୂକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ପୁନଃ ତାଙ୍କ ନାମ ରାସନ କାର୍ଡରେ ଯୋଡ଼ିବା ପାଇଁ ନିବେଦନ କରିଛନ୍ତି। ସମ୍ପୃକ୍ତ ମହିଳା ହେଲେ ବ୍ଲକ ଅଧୀନ ଅଟିରା ପଞ୍ଚାୟତର ୫ ନମ୍ବର ୱାର୍ଡ ବାସିନ୍ଦା ରମଣି ପରିଡ଼ା। ତାଙ୍କ ନାମରେ ଥିବା କାର୍ଡ ନମ୍ବର ୧୩୦୨୦୫ / ୦୭୩୧ରେ ୪ ଜଣ ଅର୍ନ୍ତଭୁକ୍ତ ଅଛନ୍ତି। ସେମାନଙ୍କ ମଧ୍ଯରୁ ତିନି ଜଣ ଏହି ଯୋଜନାରେ ।ରେ ସୁଫଳ ପାଉଥିବାବେଳେ କାର୍ଡର ମୁଖ୍ଯ ହିତାଧ୍କାରୀ ରମଣି ମୃତ ଦର୍ଶାଇ ସରକାରୀ ଖୁଚୁର ଚୁରା ବିକ୍ରେତା ତାଙ୍କୁ ଚାଉଳ ଦେଉନାହାନ୍ତି। ରମ ଉମଣି ଏକଥା ଜାଣିବା ପରେ ବରୀ ଯୋଗାଣ ନୀରିକ୍ଷକଙ୍କ ନିକଟରେ ପହଞ୍ଚୁ ବୋଲି କରାଗଲା ସେ କିପରି ତାଙ୍କୁ ମୃତ ଘୋଷଣା କରା ପ୍ରଶ୍ନ କରିଛନ୍ତି। ଯୋଗାଣ ନୀରିକ୍ଷ ରିକ୍ଷକ ସୂର୍ଯ୍ୟକାନ୍ତ ବେହେରା ତାଙ୍କୁ କହିଛନ୍ତି, ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ଏଭଳି ହୋଇଛି। । ତାଙ୍କ ନାମ ନ ତାଲିକାରେ ଯୋଡ଼ା ଗଲା ପରେ ପୁଣି ତାଙ୍କୁ ସବୁ ସାମଗ୍ରୀ ମିଳିବ । ଏ ସମ୍ପର୍କରେ ବ୍ଲକ୍ ଯୋଗାଣ ନୀରିକ୍ଷକ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ରମଣିଙ୍କ ନାମ କିଭଳି କଟିଲା ତାହାର ତଦନ୍ତ କରାଯିବ।
ସରକାରୀ ଖୁଚୁରା ବିକ୍ରେତାଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ ପାଖକୁ ଆସିଥିବା ତାଲିକାରେ ରମଣି ମୃତ ବୋଲି ଦର୍ଶାଯାଇଛି। ସେଥିପାଇଁ ତାଙ୍କୁ ବାଦ ଦିଆଯାଇ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟଙ୍କୁ ସାମଗ୍ରୀ ଯୋଗାଇ ଦିଆଯାଇଛି।