-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ପ୍ରଶାସନର ନିରବତା ଯୋଗୁଁ ବଢ଼ି ଚାଲିଛି ବେଆଇନ ଇଟାଭାଟି

04-Jun-2025



ବଲାଙ୍ଗିର: ବଲାଙ୍ଗିରର ଚତୁର୍ଦ୍ଦିଗରେ ଗଢିଉଠିଛି ବେଆଇନ ଇଟାଭାଟି। ଏହି ଇଟାଭାଟି ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ଜିଲ୍ଲାପ୍ରଶାସନ। ଏଣୁ ରାଜ୍ୟ ସରକାର ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଇଟା, ବାଲି,ପଥର ଇତ୍ୟାଦି ସାମଗ୍ରୀର ତତ୍ତ୍ଵାବଧାନର ଦାୟିତ୍ଵ ଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି। ଖଣି ବିଭାଗ ଏହି ଦାୟିତ୍ଵ ପାଇବା ପରେ କିଛି ବେଆଇନ ଇଟାଭାଟି ଉପରେ ଅଙ୍କୁଶ ଲଗାଇଥିବା ବିଷୟ ଖଣି ଅଧିକାରୀଙ୍କ ଠାରୁ ପ୍ରକାଶ। କର୍ମଚାରୀ ଅଭାବ ଯୋଗୁଁ ଖଣି ଅଧିକାରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା ୩୧୯ ରେ ଗତ ମେ ମାସ ୧୫ ତାରିଖରେ ରାଜସ୍ଵ ଏବଂ ପୋଲିସ ବିଭାଗର ସାହାଯ୍ୟ ଲୋଡି ଥିଲେ। ଜିଲ୍ଲାର ସମସ୍ତ ତହସିଲଦାର ରେଭେନ୍ୟୁ ଇନ୍ସପେକ୍ଟର ମାନଙ୍କ ଜରିଆରେ ଜିଲ୍ଲାରେ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଚିହ୍ନଟ କରିବା ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଖଣି ଅଧିକାରୀ ଜିଲ୍ଲା ପ୍ରଶାସନ ଠାରୁ କୌଣସି ସାହାଯ୍ୟ ସହଯୋଗ ପାଇ ନଥିବା ପ୍ରକାଶ କରିଛନ୍ତି। ଇଟାଭାଟି ଯୋଗୁଁ ଜଙ୍ଗଲ ଉଜୁଡି ଯାଉଛି।ଇଟାଭାଟିରେ ବହୁଳ ପରିମାଣରେ ମାଟି ବ୍ୟବହାର ହେଉ ଥିବାରୁ ମାଟି କ୍ଷୟ ହେଉଛି। ବାୟୁ ପ୍ରଦୂଷଣ ହେଉଛି।ବେଆଇନ ବିଦ୍ୟୁତ୍ ସଂଯୋଗ ଦ୍ଵାରା ବିଦ୍ୟୁତ୍ ଅପଚୟ ସହ ଅନେକ ଜନଜୀବନ, ଜୀବଜନ୍ତୁ ପ୍ରତି ବିପଦ ଅଛି।ଏଣୁ ଜଙ୍ଗଲ, ରାଜସ୍ବ, ବିଦ୍ୟୁତ୍ ଏବଂ ଖଣି ବିଭାଗର ମିଳିତ ଚଢଉ ହେଲେ ବେଆଇନ ଇଟା ଭାଟିକୁ ଦମନ କରାଯାଇ 

ପାରିବ ବୋଲି ଖଣି ଅଧିକାରୀ ପ୍ରକାଶ କରିଛନ୍ତି। ପୁଇନ୍ତଲା ବ୍ଲକ୍ ଅଧୀନସ୍ଥ ସୂର୍ଡା ଗ୍ରାମ ନିକଟସ୍ଥ ଫଟାମୁଣ୍ଡା ଗ୍ରାମ ଶେଷ ମୁଣ୍ଡରେ ଥିବା ପରମା ନାଏକ ନାମକ ଜୈନେକ ବ୍ୟକ୍ତି ତାଙ୍କ ଜମିରେ ବର୍ଷ ବର୍ଷ ଧରି ଲକ୍ଷାଧିକ ଇଟା ନିର୍ମାଣ କରୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଇଟାଭାଟିର ଉତ୍ତାପ ଯୋଗୁଁ ଗ୍ରାମ ଉତ୍ତପ୍ତ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।ଏଭଳି ବଲାଙ୍ଗିର ସହରର ଆଖପାଖ ଗ୍ରାମାଞ୍ଚଳରେ ହଜାର ହଜାର ବେଆଇନ ଇଟାଭାଟି ଗଢି ଉଠିଥିବା ବେଳେ ଉପରୋକ୍ତ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି।ଇଟାଭାଟିର ଉତ୍ତାପରେ ଉତ୍ତପ୍ତ ସହର। ନୀରବ ପ୍ରଶାସନ।        ଅସନ୍ତୁଳିତ ଅସୁରକ୍ଷିତ ବନ୍ୟ ଜୀବଜନ୍ତୁ।ଚିର ନିଦ୍ରାରେ ଜଙ୍ଗଲ ବିଭାଗ। ବେଆଇନ ବିଦ୍ୟୁତ୍ ସଂଯୋଗ, ଅସୁରକ୍ଷିତ ବନ୍ୟ ଜୀବଜନ୍ତୁ ଏବଂ ଜନଜୀବନ। ଏ ସମସ୍ତ ବିଭାଗର ଦାୟିତ୍ଵହୀନତାର ଫାଇଦା ଉଠାଉଛନ୍ତି ବେଆଇନ ଇଟା ଭାଟିର ମାଲିକ। ଖଣି ବିଭାଗ ବେଆଇନ ଇଟା,ବାଲି,ପଥର ଚାଲାଣକୁ ରୋକିବା ପାଇଁ ଅଣ୍ଟା ଭିଡ଼ି ବାହାରିଥିବା ବେଳେ ଉପରୋକ୍ତ ବିଭାଗ ମାନଙ୍କର ସାହାଯ୍ୟ ସହଯୋଗ ନିତାନ୍ତ ଜରୁରୀ ହୋଇପଡିଛି। ଏଣୁ ଜିଲ୍ଲା ପ୍ରଶାସନ ଏ ବିଷୟରେ ପଦକ୍ଷେପ ନେଲେ ଅନେକ ସମସ୍ୟା ଦୂର ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like