-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2025
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା କଲ୍ୟାଣ ମଣ୍ଡପ ଠାରେ ସରକାରୀ ଚାକିରୀ କ୍ଷେତ୍ରରେ ବୟସ ସମୟ ସୀମା ବର୍ଦ୍ଧିତ ଯୋଗୁଁ ଯୁବବର୍ଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରା ଯାଇ ଥିଲା ।ଏଥିରେ ବିଧାୟକ ତଥା ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଙ୍କ ଆଗଲପୁର ପ୍ରତିନିଧି ପିତାମ୍ବର କଣ୍ଟା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କ୍ୟାବିନେଟ ମନ୍ତ୍ରୀ ମୁକେଶ
ମହାଳିଙ୍ଗ ଯୋଗ ଦେଇଥିଲେ ।ସରକାରୀ ଏହି ବର୍ଦ୍ଧିତ ସମୟ ସୀମା ରେ 32ବର୍ଷ ପୂର୍ବରୁ ଥିବାବେଳେ ଡବଲ ଇଞ୍ଜିନ ସରକାର ବର୍ତ୍ତମାନ 42 କୁ ବୃଦ୍ଧି କରି ଥିବାରୁ ଆଗଲପୁର ବ୍ଲକ ତରଫରୁ ସରକାର ତଥା ମନ୍ତ୍ରା ମୁକେଶ ମହ।ଲିଙ୍ଗ ଙ୍କୁ ସ୍ଵାଗତ କରାଯାଇ ଏହି ସ୍ଥାନରେ ସମ୍ବର୍ଦ୍ଧନା କରାଗଲା l ମନ୍ତ୍ରୀ ଙ୍କୁ ପ୍ରଥମେ ଗ୍ରାମ ରେ ସ୍ୱାଗତ କରାଯିବା ସହ କଲ୍ୟାଣ ମଣ୍ଡପ କୁ ନେଇ ଫୁଲ ,ଧୂପ ଦେଇ ସ୍ବାଗତ କରାଯାଇଥିଲା l ସେହି ସ୍ଥାନରୁ ଗ୍ରାମ ର ଜଗନ୍ନାଥ ମନ୍ଦିର ର ଭିତ୍ତିପ୍ରସ୍ତର ସ୍ଥାପନ ପାଇ ସରକାରୀ ରାଶି ପୂର୍ବକ 4 ଲକ୍ଷ ପ୍ରଦାନ କରିଥିଲେ ଓ ପରେ ଗତ 3 ଦିନ ହେବ ଗ୍ରାମର ଜୈନି କ ଯୁବକ ବଜ୍ରପାତ ରେ ମୃତ୍ୟୁ ହୋଇଥିବା ଯୋଗୁଁ ପରିବାର କୁ ସରକାରୀ ରାଶି ପୂର୍ବକ 6 ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଆଶ୍ୱାସନା ଦେଇ ଥିଲେ l ପରେ ସଭା ସ୍ଥଳ କୁ ଆସି ଥିଲେ ।ସଭାରେ ଅତିଥି ଭାବେ ଗ୍ରାମ ର ବଳରାମ ପ ଟେ ଲ , ସୀତାରାମ ପୁରୋହିତ , ସୁଦାମ ପ ଟେଲ , ଚମାରୁ ପ ଟେଲ , ସରପଞ୍ଚ ଅଶୋକ ପ ଟେ ଲ , ସମିତି ସଭ୍ୟ ଉମାକାନ୍ତ ପ ଟେ ଲ , ସୁଧୀର ପ ଟେ ଲ ପ୍ରମୁଖ ମଂଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ l ବ୍ଲକ ରେ ଆଜି ନଅଗାଁ ଖ ରେ ଶିଶୁ ବାଟି କା , ବଡଟୀକା ରେ ଗୁରୁ କୁଲ ଆ ଶ୍ରମ ଉଦ୍ଘାଟନ କରିଥିଲେ l ଏହି ସଭାରେ ବ୍ଲକ ବରିଷ୍ଠ ବି ଜେ ପି କର୍ମୀ ମଧ୍ୟରେ ପ୍ରେମାନନ୍ଦ ପ ଧାନ , ହିମାଂଶୁ ସାହୁ , ଲୁକାରାମ ସାହୁ , ଯାଦବ ସାହୁ , ପିଣ୍ଟୁ ସାହୁ , ଆନନ୍ଦ ସାହୁ , ବିଶ୍ଵାମିତ୍ର ସେଠ ପ୍ରମୁଖ କର୍ମୀ ସହିତ ଶତାଧିକ ଯୁବ ବର୍ଗ ଉପସ୍ଥିତ ଥିଲେ l