-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2025
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଗୋବିନ୍ଦପୁର ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଉକ୍ତ ଗ୍ରାମର ହରିଜନ ସାହିରେ କାଳିଆ ସେଠୀ ନାମକ ଜଣେ ଯୁବକର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ କୁ ପରିବାର ଲୋକେ ଉଦ୍ଧାର କରିଛନ୍ତି। ମୃତ କାଳିଆ ର ସ୍ତ୍ରୀ ଓ ତା'ର ବାପା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ମୃତ ଯୁବକ ର ମାଁ ଓ ଭାଉଜ ଅଭିଯୋଗ କରିଛନ୍ତି। ଅନ୍ୟ କାହା ସହ ଅନୈତିକ ସମ୍ପର୍କ କୁ ନେଇ ମୃତ ଯୁବକ ଓ ତା'ର ସ୍ତ୍ରୀ ସହ ମତଭେଦ ସୃଷ୍ଟି ହୋଇ ଉଭୟ ଅଲଗା ରହୁଥିଲେ ଓ ପରବର୍ତ୍ତୀ ସମୟରେ ଉଭୟେ ମିଶି ନିଜ ଘରେ ରହୁଥିଲେ। କିନ୍ତୁ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ଓ ସ୍ତ୍ରୀ ହିଁ ବାପା ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ମାର ଅଭିଯୋଗ ପାଇ କବିସୂର୍ଯ୍ୟ ନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।