-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||     

HOME   ରାଜ୍ୟ

ନୋଏଡ଼ାଠାରେ ପ୍ରଥମ ରଜ ପର୍ବ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

31-May-2025



ନୋଏଡ଼ା/ ନୂଆଦିଲ୍ଲୀ(ପ୍ରେରଣା ଖବର): ନୋଏଡ଼ାଠାରେ ପ୍ରଥମଥର ପାଇଁ ରଜ ପର୍ବ ପାଳନ ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ଯ କରାଯାଉଛି । 'ରଜ'  ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ପରିଚିତ। ରାଜ୍ୟର ମହାନତା, ମହନୀୟତା ଓ ମହକକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରତିପାଦିତ ଏବଂ ପ୍ରତିଷ୍ଠିତ କରିବା ପାଇଁ ଏହି ଉତ୍ସବ ଉଦ୍ଦିଷ୍ଟ। ମାତୃ ବନ୍ଦନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ମହାପାର୍ବଣ, ମାଟି ମା' ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ। ସାମୁଦାୟିକ ବିକାଶ ସମିତି ଦ୍ଵାରାଆୟୋଜିତ ଏହି ବୃହତ ଉତ୍ସବ ଆଗାମୀ ଜୁନ ୧୪ ଓ ୧୫ ତାରିଖ ଦୁଇଦିନ ଧରି ନୋଏଡ଼ା ଷ୍ଟାଡିୟମର ରାମଳୀଳା ମୈଦାନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୨୦,୦୦୦ ପ୍ରବାସୀ ଓଡ଼ିଆ ଏହି ସମାରୋହରେ ସାମିଲ ହେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

ଏହି ମହୋତ୍ସବରେ ଅତିଥି ଭାବରେ ବହୁ ରାଜନେତା, ଧର୍ମଗୁରୁ, କର୍ପୋରେଟ ମୁଖ୍ୟ ଓ ସାମାଜିକ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆୟୋଜକ ସାମୁଦାୟିକ ବିକାଶ ସମିତିର ପ୍ରତିଷ୍ଠାତା ଅଧ୍ୟକ୍ଷ, ବରିଷ୍ଠ ଚାଟାର୍ଡ ଏକାଉଣ୍ଟଟାଣ୍ଟ ତଥା ବିଶିଷ୍ଟ ସାମଜସେବୀ ଡଃ. ମନୋରଞ୍ଜନ ମହାନ୍ତିଙ୍କ ଦ୍ୱାରା ପରିକଳ୍ପିତ, ଏହି ସମାରୋହରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୁତି, ଉତ୍ତୁଙ୍ଗ ଐତିହ୍ୟ, ଗୌରବମୟ ଇତିହାସ, ଗାରିମାମୟ ପରମ୍ପରା,  ଉଚ୍ଚକୋଟୀର ପରିପାଟୀ ଏବଂ ସ୍ଵାଦିଷ୍ଟ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ ।ଏହି ଦୁଇଦିନିଆ ସାଂସ୍କୃତିକ କୁମ୍ଭରେ  ଓଡ଼ିଶାର ଅନନ୍ୟ ଓ ଅଭୂତପୂର୍ବ ନୃତ୍ୟ, ସଙ୍ଗୀତ ଓ ହାସ୍ୟରସର ଝଲକ ଦେଖିବାକୁ ମିଳିବ ବୋଲି ଜଣାଯାଇଛି । ଏହା ମଧ୍ୟରେ ଓଡ଼ିଶୀ, ସମ୍ବଲପୁରୀ, ମଣିପୁରୀ, ଗୋଟିପୁଅ, ଘୁମର, ଆଦିବାସୀ ଏବଂ ଆଧୁନିକ ନୃତ୍ୟ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି।

ସମାରୋହରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ତାରକା କଳାକାରମାନଙ୍କ ମଧ୍ୟରେ ହାସ୍ୟ ସମ୍ରାଟ ପପୁ ପମପମ୍,  ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅନନ୍ଦିତା ଦାସ, ଦେବେଶ ପତି, ପପୁ ପଣ୍ଡା, ସୁଶ୍ରୀ ଜ୍ୟୋତି , ସ୍ଵରୂପ ଭଲଓଁକର ଏବଂ ସୁପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ବିଶାଳ ସମାବେଶର ସ୍ଵତନ୍ତ୍ର ଆକର୍ଷଣ ହେଲା ଓଡ଼ିଆ ଖାଦ୍ୟ ଉତ୍ସବ। ଏହି  ଅବସରରେ ଆଗନ୍ତୁକମାନଙ୍କୁ ତିରିଶଟି ପାରମ୍ପରିକ ଖାଣ୍ଟି ଓଡ଼ିଆ ଖାଦ୍ୟ ପରସା ଯିବାର ବନ୍ଦୋବସ୍ତକରାଯାଇଛି। ଏହା ମଧ୍ୟରେ କଟକର ଦହିବରା ଆଳୁଦମ, ବାରିପଦାର ମୁଢ଼ି ମାଂସ, ସାଲେପୁରର ରସଗୋଲା, ମାଛ ଭାତ, ଟଙ୍କ ତୋରାଣି,  କୋରାପୁଟର ବାରମଜା ଏବଂ ଯାଜପୁରର ପ୍ରସିଦ୍ଧ ପାନ ଅନ୍ତର୍ଭୁକ୍ତ ଅଛି । ତା' ସହିତ ଓଡ଼ିଶା ପ୍ରସିଦ୍ଧ ବିଭିନ୍ନ ନାନାକିସମର ପିଠା ଯଥା:- ଆରିସା, କାକରା, ମଣ୍ଡା, ଛେନାପୋଡ଼ ଏବଂ ପୋଡ଼ପିଠା ଦର୍ଶକମାନଙ୍କୁ ଉପଭୋଗ କରିବାର ସୁଯୋଗ ମିଳିବ। ପ୍ରତ୍ୟେକ ବ୍ୟଞ୍ଜନ ଓଡ଼ିଶା ମାଟିର ସ୍ଵାତନ୍ତ୍ର ଓ ଓଡ଼ିଆ ମା'ର ଯାଦୁଗରୀ ହାତର ସ୍ପର୍ଶ ବହନ କରିବ। 

ରଜ ଉତ୍ସବ ସ୍ଥଳରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ  ବହୁବିଧ ଷ୍ଟଲ୍ ଲଗାଯାଉଥିବl ଜଣାଯାଇଛି। ଏ ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ହସ୍ତକଳା, ପାରମ୍ପରିକ ପୋଷାକ ଏବଂ ଚିତ୍ର ଉତ୍ତୋଳନ ଆଦି ଅନ୍ତର୍ଭୁକ୍ତ ଅଛି। ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ,  ଶିଶୁ କ୍ରୀଡ଼ା, ମେହେନ୍ଦି ଓ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଲୋକକଳା କର୍ମଶାଳା ଆଦି ଏଠାରେ ସ୍ଥାନ ପାଇବାକୁ ଯାଉଛି ।

ରଜ ପର୍ବ ଏକ ସାଧାରଣ ଉତ୍ସବ ନୁହେଁ ବରଂ ଏହା ମାତୃଭୂମି, ମାତୃଭାଷା ଏବଂ ମାତୃତ୍ୱ ପ୍ରତି ଆମର ଶ୍ରଦ୍ଧା ସୁମନ ସମର୍ପଣର ଅବସର ବୋଲି ମହୋତ୍ସବର ମୁଖ୍ଯ ଆୟୋଜକ ଡଃ ମନୋରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ  କରିଛନ୍ତି । ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଷୋହଳ ଲକ୍ଷ ଓଡ଼ିଆ ଓ ଓଡ଼ିଶା ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଆସି ଏହି ସାଂସ୍କୃତିକ ନବୋଦୟରେ ଅଂଶ ଗ୍ରହଣ କରି ଓଡ଼ିଶାର ମହତ୍ତ୍ଵକୁ ଉପଲବ୍ଧି କରିବାକୁ ସେ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସମ୍ପୂର୍ଣ୍ଣ ଭାବରେ ନିଃଶୁଳ୍କ ଏବଂ ଏଥିପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ନାହିଁ ବୋଲି ଡଃ. ମହାନ୍ତି ସ୍ପଷ୍ଟ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026

You Might Also Like