-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||     

HOME   ରାଜ୍ୟ

ରାଷ୍ଟ୍ରପତି ଭବନରେ ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ସମ୍ମିଳନୀ: ସ୍ଥାୟୀ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ହେଉଛି କାଳଜୟୀ ସାହିତ୍ୟର ପରିଚୟ: ଦ୍ରୌପଦୀ ମୁର୍ମୁ

29-May-2025



■ ଆଜିର ସାହିତ୍ୟ ଉପଦେଶ ମୂଳକ ହୋଇପାରିବ ନାହିଁ : ଦ୍ରୌପଦୀ ମୁର୍ମୁ
■ ସାଂସ୍କୃତିକ ପୁନରୁଦ୍ଧାର ଯାତ୍ରାରେ ସାହିତ୍ୟିକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ : ଗଜେନ୍ଦ୍ର ସିଂହ ଶେଖାୱତ

ନୂଆଦିଲ୍ଲୀ(ପ୍ରେରଣା ଖବର): ;ସାହିତ୍ୟ ଏକାଡେମୀ ଏବଂ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ 'କେତେ ପରିବର୍ତ୍ତିତ ହୋଇଛି ସାହିତ୍ୟ ?' ଶୀର୍ଷକ ଦୁଇ ଦିନିଆ ସାହିତ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି ସାହିତ୍ୟ ସମ୍ମିଳନୀକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଥିଲେ। ଉଦଘାଟନୀ ଭାଷଣରେ ସେ କହିଥିଲେ ଯେ ୧୪୦ କୋଟି ଦେଶବାସୀ ବିଶିଷ୍ଟ ଆମ ପରିବାରରେ ଅନେକ ଭାଷା ଏବଂ ଅଗଣିତ ଉପଭାଷା ଅଛି। ଆମ ସାହିତ୍ୟିକ ପରମ୍ପରାରେ ଅସୀମ ବିବିଧତା ରହିଛି। କିନ୍ତୁ ଏହି ବିବିଧତାରେ ଭାରତୀୟତାର ସ୍ପନ୍ଦନ ଅନୁଭୂତ ହୁଏ। ଭାରତୀୟତାର ଏହି ଭାବନା ଆମ ଦେଶର ସାମୂହିକ ଚେତନାରେ ସନ୍ନିହିତ ହୋଇ ରହିଛି। ମୁଁ ବିଶ୍ୱାସ କରେ ଯେ ସବୁ ଭାଷାରେ ଲିଖିତ ସାହିତ୍ୟ ମୋର ସାହିତ୍ୟ। ଗୋପବନ୍ଧୁ ଦାସ, ରବିନ୍ଦ୍ରନାଥ ଠାକୁର, ଫକୀରମୋହନ ସେନାପତି,

ଗଙ୍ଗାଧର ମେହେର, ପ୍ରତିଭା ରାୟ ଆଦି ସାହିତ୍ୟିକଙ୍କ ଦୃଷ୍ଟାନ୍ତ ଦେଇ ସେ କହିଥିଲେ ଯେ ଆଜିର ସାହିତ୍ୟ ଉପଦେଶମୂଳକ ହୋଇପାରିବ ନାହିଁ। ସାହିତ୍ୟରୁ ପ୍ରେରଣା ନେଇ ମଣିଷ ସ୍ୱପ୍ନ ଦେଖେ ଏବଂ ସେଗୁଡ଼ିକୁ ସାକାର କରେ। ସେ ଆହୁରି କହିଥିଲେ ଯେ ସମାଜ ଏବଂ ସାମାଜିକ ଅନୁଷ୍ଠାନ ବଦଳିବା ସହିତ ଆହ୍ବାନ ଏବଂ ପ୍ରାଥମିକତାରେ ପରିବର୍ତ୍ତନ ହୋଇଛି। ସେହିଭଳି ଭାବରେ ସାହିତ୍ୟରେ ମଧ୍ୟ ସମାନ ପରିବର୍ତ୍ତନ ଦେଖାଯାଇଛି। କିନ୍ତୁ ସ୍ଥାୟୀ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ହେଉଛି କାଳଜୟୀ ସାହିତ୍ୟର ପରିଚୟ।
ଏହି ଅବସରରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ  ଗଜେନ୍ଦ୍ର ସିଂହ ଶେଖାୱତ କହିଥିଲେ ଯେ,  ସାହିତ୍ୟ ହେଉଛି ସମାଜ ତଥା ସାମାଜିକ ଭାବନାର ଦର୍ପଣ। ଦର୍ପଣର କାମ କରିବା ପୂର୍ବକ ଏହା  ସମାଜ ପାଇଁ ଏକ ମାର୍ଗଦର୍ଶକ ଭାବରେ ମଧ୍ୟ କାର୍ଯ୍ୟ କରେ। ସେ ଆହୁରି କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଆମ ଦେଶ ସାଂସ୍କୃତିକ ପୁନରୁଦ୍ଧାରର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ଏପରି ପରିସ୍ଥିତିରେ, ସାହିତ୍ୟିକ ସ୍ରଷ୍ଟାଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ।
କାର୍ଯ୍ୟକ୍ରମର ଆରମ୍ଭରେ, ସଂସ୍କୃତି ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଏବଂ ଅର୍ଥ ପରାମର୍ଶଦାତା ରଞ୍ଜନା ଚୋପ୍ରା କହିଥିଲେ ଯେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସାହିତ୍ୟ ଏକାଡେମୀ ଏକ

ଅଗ୍ରଣୀ ଏବଂ ପ୍ରଭାବଶାଳୀ ଅନୁଷ୍ଠାନ। ଗତ କିଛି ବର୍ଷ ମଧ୍ୟରେ ଏକାଡେମୀ ଅନେକ ରେକର୍ଡ ସ୍ଥାପନ କରିଛି ଏବଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ସମ୍ମିଳନୀ ଏକାଡେମୀର ବିଶେଷ ସକ୍ରିୟତାର ଏକ ଉଲ୍ଲେଖନୀୟ ଉଦାହରଣ। ସେ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀ ସାହିତ୍ୟରେ ପରିବର୍ତ୍ତନ ପ୍ରତି ଆମର ଦୃଷ୍ଟିକୋଣକୁ ଆହୁରି ବ୍ୟାପକ କରିବ।
ସ୍ୱାଗତ ଭାଷଣ ପରେ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ  ମାଧବ କୌଶିକ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ  ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଅଙ୍ଗବସ୍ତ୍ର ଏବଂ ଏକ ପୁସ୍ତକ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଉଦଘାଟନୀ ଅଧିବେଶନ ପରେ, 'ସିଧା ଦିଲ୍ ସେ: କବି ସମ୍ମିଳନୀ' ଆୟୋଜନ କରାଯାଇଥିଲା। ଏହାର ଅଧ୍ୟକ୍ଷତା କରିଥିଲେ ପ୍ରସିଦ୍ଧ ଉର୍ଦ୍ଦୁ କବି  ଶୀନ କାଫ୍ ନିଜାମ।   ଏହି ଅଧିବେଶନରେ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ  ମାଧବ କୌଶିକ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ। ରଣଜିତ ଦାସ (ବଙ୍ଗଳା),  ମାମଙ୍ଗ ଦାଇ (ଇଂରାଜୀ),  ଦିଲୀପ ଜାଭେରୀ (ଗୁଜରାଟୀ),  ଅରୁଣ କମଲ (ହିନ୍ଦୀ),  ମହେଶ ଗର୍ଗ (ହିନ୍ଦୀ),  ଶାଫି ଶୌକ (କଶ୍ମିରୀ),  ଦମୟନ୍ତୀ ବେଶ୍ରା (ସାନ୍ତାଳୀ) ଏବଂ ରବି ସୁବ୍ରମଣ୍ୟମ୍ (ତାମିଲ) ପ୍ରମୁଖ କବି କବିତା ପାଠ କରିଥିଲେ। ଅଧିବେଶନର ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ କବିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଅଧିବେଶନ ପରିଚାଳନା କରିଥିଲେ ଅଳକା ସିହ୍ନା। ଆସନ୍ତା କାଲି   'ଭାରତର ନାରୀବାଦୀ ସାହିତ୍ୟ: ନୂତନ ଆଧାରର ସନ୍ଧାନରେ', 'ସାହିତ୍ୟରେ ପରିବର୍ତ୍ତନ ବନାମ ପରିବର୍ତ୍ତନର ସାହିତ୍ୟ' ଏବଂ 'ବିଶ୍ୱ ପରିପ୍ରେକ୍ଷୀରେ ଭାରତୀୟ ସାହିତ୍ୟର ନୂତନ ଦିଗଦର୍ଶନ' ଶୀର୍ଷକ ତିନିଟି ଅଧିବେଶନରେ ବିଶିଷ୍ଟ ଭାରତୀୟ ଲେଖକ ଏବଂ ବିଦ୍ୱାନମାନେ ଆଲୋଚନା କରିବେ। ଶେଷରେ ଦେବୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ହିମାଂଶୁ ବାଜପେୟୀ ଏବଂ ପ୍ରଜ୍ଞା ଶର୍ମାଙ୍କ ଦ୍ୱାରା ଅହଲ୍ୟାବାଇ ଗାଥା ପରିବେଷଣ କରାଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026

You Might Also Like