-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
29-May-2025
(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନ 12 ଥାନାପତି ପଡା ଅଙ୍ଗନୱାଡି କେନ୍ଦ୍ର ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୋନପୁର ଆନୁକୂଲ୍ୟରେ ସନ୍ଧ୍ୟା 4 ଟା ରୁ 7 ଟା ପର୍ଯ୍ୟନ୍ତ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଟିତ ହୋଇଥିଲା ଏଥିରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ, ଡା ପ୍ରସନ୍ନ ମିଶ୍ର, ଦାନ୍ତରୋଗ ବିଶେଷଜ୍ଞ ଡା ସତ୍ୟନାରାୟଣ ପଣ୍ଡା, ଡା ବସୁମତୀ ଚୌଧୁରୀ, ଡି ପି ଏମ ଶ୍ରୀଯୁକ୍ତ ମହାପାତ୍ର ଏପିଡେମିଓଲୋଜିଷ୍ଟ ଲୋପାମୁଦ୍ରା ମହାନ୍ତି ଏମ ଏଲ ଏ ଆଇ ଏସ ଶୋଭନା ମହାପାତ୍ର ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଡିଇଓ ଆଇ ଡି ଏସ ପି ନାରାୟଣ ରଥ, ଏ ଏମ ଆଶା ତରଣୀସେନ ପଧାନ ମାନସିକ ରୋଗ ବିଭାଗ ର ଅନୁପ ଦାଶ,ଶିବ କର୍ମୀ ସ୍ୱାସ୍ଥ୍ୟ କର୍ମୀ ମହିଳା ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ମାସ ମେମ୍ବର,ସ୍ଥାନୀୟ କାଉନସିଲର ସବୁ ଏହି ଶିବିର ରେ ଉପସ୍ଥିତ ଥିଲେ. ଏହି ଶିବିର ରେ ପ୍ରାୟ 150 ଜଣ ରୋଗୀଙ୍କର ଚିକିତ୍ସା ହୋଇଥିଲା. ମାନସିକ ରୋଗ ଓ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ନିଷିଦ୍ଧ ପାଇଁ ସମସ୍ତଙ୍କୁ ବୁଝାଯାଇଥିଲ. ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଜେନ୍ଦ୍ର ର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲ.