-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଅପରାଧ

ସାମ୍ବାଦିକଙ୍କୁ ହତ୍ୟାଉଦ୍ୟମ ମାମଲା,ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇ ଗିରଫ

27-May-2025



ବଲାଙ୍ଗୀର(ପ୍ରେରଣାଖବର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ବଡଖବର ବୈଦ୍ୟୁତିକ ଚେନେଲା ର ସାମ୍ବାଦିକ ବିଜୟକୁମାର ପଧାନଙ୍କୁ ଗତ ଶୁକ୍ରବାର ଠିକଦାର ଗଜେନ୍ଦ୍ର ଦଳେଇଙ୍କ ପ୍ରରୋଚନାରେ ହାତଗୋଡବାନ୍ଧି ମାଡମାରି ହତ୍ୟା ଉଦ୍ୟମ କରିଥିଲେ । ସେହି ଘଟଣାରେ ଗତକାଲି ୪ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇକୁ ପୁଇଁତଳା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗତ ୪ଦିନ ହେଲା ଗଜେନ୍ଦ୍ର ଫେରାର ରହିଥିଲା । ଆଜି ବଲାଙ୍ଗୀର-ସୋନପୁର ସୀମାନ୍ତରେ ତାକୁ ଧରାଯାଇଛି । ଘଟଣାପରେ ଗଜେନ୍ଦ୍ର ଝାରସୁଗୁଡାକୁ ଚାଲି ଯାଇଥିଲା । ଆଜି ତାକୁ ପୋଲିସଟିମ ଧରିବାକୁ ତାର ଗାଡିକୁ ଟ୍ରାକ କରୁଥିଲା । ଶେଷରେ ରାସ୍ତାରେ ସୋନପୁର ସୀମାନ୍ତରେ ଧରାପଡିଥିବା ଅତିରିକ୍ତ ଏସପି ଅଲୋକ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ପୁଇଁତଳା ଥାନାରେ ରୁଜୁ ହୋଇ ଥିବା ମାମଲା ନମ୍ବର ୧୬୫/୨୦୨୫ର ତଦନ୍ତ କରି ସେହି ଘଟଣାରେ ପୁଇଁତଳା ପୋଲିସ ଜଣେ ନାବାଳକ ସମେତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ସମେତ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ପୁତୁରା କୁଲଥିପାଲିର ଅବିନାଶ ଦଳେଇ(୨୫),ଗୁମର ନାଏକ(୪୦),ବଲାଙ୍ଗୀର ବରପାଲିପଡାର ଅଦିତ୍ୟକୁମାର ଜେନା(୩୧) ରହିଥିଲେ ।  ଅଭିଯୁକ୍ତ ଅବିନାଶ ଦଳେଇ ଓ ଅଦିତ୍ୟ ଜେନା ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି ।
କୁଲଥିପାଲିରେ ଚାଲିଥିବା ଏକ ଗାର୍ଡୱାଲକାମର ନ୍ୟୁଜ କରିଥିବା ସାମ୍ବାଦିକ ବିଜୟ ପଧାନଙ୍କୁ ସେହି ଗାଁର ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ପ୍ରରୋଚନାରେ ମାଡମରାଯାଇଥିଲା । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ବିଜୟଙ୍କୁ ଗାଁକୁ ନେଇ ଗଛରେ ହାତବାନ୍ଧି କଙ୍ଗାରୁକୋର୍ଟରେ ନିର୍ଯ୍ୟାତନା ଦେଇ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ଘଟଣା ପରେ ବଲାଙ୍ଗୀରରୁ ନେଇ ରାଜ୍ୟର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସାମ୍ବାଦିକମାନେ ପ୍ରତିକ୍ରୀୟା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଂଘର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଟ୍ୱିଟକରିଥିଲେ । ଠିକସେହିପରି ରୁବେନ ବାନାର୍ଜିଙ୍କ ଭଳି ବରିଷ୍ଠ ସାମ୍ବାଦିକମାନେ ସରକାର ସାମ୍ବାଦିକ ସୁରକ୍ଷାନେଇ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ । ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ, ଓୟୁଜେ, ଏସୟୁଜେ ସମେତ ବ୍ଲକମାନଙ୍କଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗୀର ଏସପି ଅଭିଲାଷ ଜୀ ମୁଖ୍ୟଅଭିଯୁକ୍ତ ଗଜେନ୍ଦ୍ର ଦଳେଇକୁ ଖୁବଶୀଘ୍ର ଗିରଫ କରାଯିବ ବୋଲ ପ୍ରତିଶୃତି ଦେଇଥିଲେ । ଆଜି ଶେଷରେ ଗଜେନ୍ଦ୍ର ଦଳେଇକୁ ଗିରଫ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like