-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
23-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ବ୍ଲକ ପଡିଆ ଠାରେ ଏକ ଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗତ କାଲି ରାତିରେ ଅନୁଷ୍ଠିତ ହୋଇ ଆଜି ସକାଳ ୯.୨୦ ମିନିଟ ସମୟରେ ଉଦଯାପିତ ହୋଇ ଯାଇଛି। ସମୁଦାୟ ୧୬ ଟି କୁ ନେଇ ଅନୁଷ୍ଠିତ ଦିନିକିଆ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିବା ବେଳେ, ଫାଇନାଲ ମ୍ୟାଚ ଶିବାଜୀ କ୍ରିକେଟ କ୍ଲବ ପଦ୍ମପୁର ଓ ବିଜେପୁର ଅଂଶିକା ୧୧ ମଧ୍ୟରେ ଘମାଘୋଟ ଖେଳର ଲଢେଇ ଦେଖିବାକୁ ମିଳିଥିଲା।କୋହଳା ପାଗ ସାଙ୍ଗକୁ ଝିପିଝିପି ବର୍ଷା ବୁନ୍ଦା ର ସ୍ପର୍ଶରେ ଦର୍ଶନମାନେ ଏକ ଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁ ମନଭରି ଉପଭୋଗ କରିବା ଦେଖିବାକୁ ମିଳିଥିଲା।ଶେଷରେ ଅଂଶିକା ୧୧(ମୋତିଲାଲ)ବିଜୟ ଲାଭ କରି ଶ୍ରେଷ୍ଠ ଦଳ ଭାବେ ଘୋଷିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ କୁ ସଫଳ ରୂପରେଖ ରେ ପରିଣତ କରିବା ପାଇଁ ବିଜେପୁରର ସର୍ବଶ୍ରୀ:-ଶତ୍ରୁଘ୍ନ ସାହୁ,ଶତିସ କୁମାର ଥଇତ, ରାକେଶ ପଧାନ, କିଶୋର ନାଏକ, ବିଶ୍ୱନାଥ ମହାରଣା, ସନ୍ତୋଷ ବାରିକ, ସୁଜିତ କୁମାର ସାହୁ, ଅଭିମନ୍ୟୁ ଭୋଏ,ସମିର କୁମାର ସାହୁ,ସୁଜିତ ଭୋସାଗର ଏବଂ ଅଭିଷେକ ପାଣିଗ୍ରାହୀ ପ୍ରମୁଖଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ଉଦଯାପିତ ଉତ୍ସବ କୁ ଅତିଥି ଭାବେ ଶ୍ରୀଯୁକ୍ତ କେଦାର ନାଏକ ଏବଂ ବିଏସଏଫ ସୈନିକ ସୁମିତ ଭୋସାଗର ଯୋଗଦାନ କରି ବିଜେତା ଦଳକୁ ୧୧ ହଜାର ଏକଶତ ଏଗାର ଟଙ୍କାର ପୁରସ୍କାର ରାଶି ସହିତ ଛଅ ଫୁଟ୍ ଉଚ୍ଚତାର ଟ୍ରଫି ପ୍ରଦାନ କରାଯାଇଥିଲା।