-+91-9937148622 |

prerana_bgr@rediffmail.com |

  Monday 4th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||     

HOME   ଜିଲ୍ଲା

ଶୋଷ ମେଣ୍ଟେଇବାକୁ ପାଣି ନାହିଁ, ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକ

14-May-2025



ରାୟଗଡ଼(ସୁପ୍ରିୟା ଷଡଙ୍ଗୀ)- ଗ୍ରୀଷ୍ମ ଋତୁ ସରିବାକୁ ବସିଲାଣି, ଆଉ କିଛି ଦିନ ପରେ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ 
ରାୟଗଡ଼ ସହର ଜନଗହଳି ସ୍ଥାନ ଗୁଡିକରେ ଶୋଷ ମେଣ୍ଟେଇବାକୁ ପାଣି ଟୋପାଏ ମିଳୁନି, ବାଧ୍ୟ ହୋଇ ଲୋକେ ପାଣି କିଣି ପିଉଛନ୍ତି। ପ୍ରତ୍ୟେକ ଦିନ ରାୟଗଡ଼ ସହରକୁ ଜିଲ୍ଳାର ୧୦ ଗୋଟି ବ୍ଲକର ହଜାର ହଜାର ଲୋକ ନିଜ ନିଜର ଜରୁରି କାର୍ଯ୍ୟରେ ଆସି ଥାଆନ୍ତି। ସେଥି ମଧ୍ୟରୁ ସ୍ଵାସ୍ଥ୍ୟ ସମସ୍ୟା ନେଇ ମେଡିକାଲ କୁ, ଦୁର ଯାତ୍ରା କରିବା ପାଇଁ ବସ୍ ଷ୍ଟାଣ୍ଡ କୁ, ମାଲି ମକଦ୍ଧମା ନିମନ୍ତେ କୋର୍ଟକୁ, ଟଙ୍କା ଜମା କରିବା ଓ ଟଙ୍କା ଉଠାଇବା ପାଇଁ ଷ୍ଟେଟ ବ୍ୟାଙ୍କକୁ ଏବଂ ଜରୁରି ଜିନିଷ କିଣା ବିକା କରିବା ପାଇଁ ବଜାରକୁ ଆସନ୍ତି। ଏପରିକି ରବିବାର ଓ ବୁଧୁବାର ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମା ମଝି ଘରିଆଣିଙ୍କ ଦର୍ଶନ କରିବା ପାଇଁ ଆସନ୍ତି। 
ଗ୍ରୀଷ୍ମ ଋତୁ ଚାଲିଥିବା ଯୋଗୁଁ ଖରା ଅଧିକ ହେଉଥିବା ହେତୁ ତାପମାତ୍ରା ୪୦/୪୨ଡିଗ୍ରୀ ରହୁଛି। ପୌର ପରିଷଦ ପକ୍ଷରୁ ସହର ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇ ନାହିଁ। ଏଥି ପୂର୍ବରୁ ସ୍ଥାନେ ସ୍ଥାନେ ଯେଉଁ ଫ୍ରିଜ ଗୁଡ଼ିକ ରଖାଯାଇଥିଲା ସେହି ଭରସାରେ ଚୁପ୍ ହୋଇ ବସିଛି ପୌର ପରିଷଦ। ଏ ନେଇ ଆମ ପ୍ରତିନିଧି ଗୋପିନାଥ ଗୌଡ଼ ପୌର ନିର୍ବାହୀ ଅଧିକାରୀ କୁଳଦିପ ନାୟକ ଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଯେ, ରାୟଗଡ଼ ସହର ର ୩୩ଗୋଟି ସ୍ଥାନରେ ଫ୍ରୀଜ ଗୁଡ଼ିକ ଲାଗିଛି। ସବୁ ଫ୍ରୀଜ୍ ଗୁଡ଼ିକ ଚାଲିଛି, ମୁଁ ନିଜେ ଯାଇ ବୁଲି ଦେଖିଛି। ଯଦି ପାଣି ସମସ୍ୟା ରହିଛି ପୌରାଧ୍ୟକ୍ଷଙ୍କୁ କୁହନ୍ତୁ ସେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।
ଏହି ଫ୍ରିଜ ଗୁଡ଼ିକ ଠିକ୍ ଭାବେ ଚାଲିଛି ବୋଲି ଜଳଛତ୍ରର ବ୍ୟବସ୍ତା କରାଯାଇ ନାହିଁ।  କିନ୍ତୁ,ବାସ୍ତବ ଚିତ୍ର ଏହା ଯେ କୋରାପୁଟ ଛକ, ନୁଆ ବସ୍ ଷ୍ଟାଣ୍ଡ, ସାରଳା ଛକ, ଦୈନିକ ବଜାର, ଷ୍ଟେଟ୍ ବ୍ୟାଙ୍କ ଛକ,  ମେଡିକାଲ ଛକ ଏବଂ ଜଗନ୍ନାଥ୍ ମନ୍ଦିର ଏହିସବୁ ସ୍ଥାନ ଗୁଡିକରେ ହାଣ୍ଡିଏ ପାଣି ମଧ୍ୟ ପୌର ପରିଷଦ ପକ୍ଷରୁ ବ୍ୟବସ୍ଥା କରା ଯାଇନାହିଁ। ସକାଳ ହେଲେ ନିଜ ନିଜର କର୍ଯ୍ୟରେ ଗାଁ ଗହଳିରୁ ଆସୁଥିବା ଲୋକେ ଟୋପାଏ ପାଣି ପାଇଁ ହା ହା ହୋଇ ଦୋକାନରୁ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି। 
ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ଅଂଶୁଘାତ ଏଡ଼ାଇବା ପାଇଁ ଜିଲ୍ଲାପାଳ ପାରୁଲ ପଟୱାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ଜନ ଗହଳି ସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରା ଯାଇଥିଲା। ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ ଜନ ଗହଳି ସ୍ଥାନଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରିବାକୁ। କିନ୍ତୁ ,ପୌର ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶକୁ ଅଣଦେଖା କରୁଥିବା ନଜିରକୁ ଆସୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା   04-May-2026
  ଜିଲ୍ଲା  
*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   04-May-2026
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   04-May-2026
  ଜିଲ୍ଲା  
*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   04-May-2026
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   04-May-2026

You Might Also Like