-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
13-May-2025
(ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ତୀର୍ଥସ୍ଥଳୀ ପାତାଲଗଙ୍ଗରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଖଡ଼ିଆଳ ଆଞ୍ଚଳିକ ପଣ୍ଡରାମାଳୀ ସମାଜ ତରଫରୁ ସର୍ବତ ପାଣି ବଣ୍ଟନ କରାଯାଇଥିଲା ।ଏଥିରେ ସିନାପାଲି ବ୍ଲକ୍ ସଭାପତି ବ୍ରଜ ସୁନ୍ଦର ନାଏକ, ବୋଡ଼େନ ବ୍ଲକ୍ ସଭାପତି ପୁରନ୍ଦର ନାଏକ, ବୋଡ଼େନ ବ୍ଲକ୍ ମୁଖ୍ୟ ସମାଜସେବୀ ପୁସ୍ତମ୍ ନାଏକ, ମଣ୍ଟୁଲାଲ ନାଏକ, ଯୁଗେଶ୍ୱର୍ ନାଏକ,ପ୍ରେମଲାଲ ଧାକଡ, ସିନାପାଲି ବ୍ଲକ୍ ସମାଜସେବୀ ବିପିନ ମାଳି, ବୈସମ୍,ଲିଙ୍ଗରାଜ ମାଝି ତଥା ସମସ୍ତ ସ୍ବେଚ୍ଛାସେବୀ ବୃନ୍ଦ ସହଯୋଗ କରିଥିଲେ ।ଉକ୍ତ ବୈଶାଖ ପୂର୍ଣ୍ଣିମା ଅବସରରେ ଛତିଶଗଡ଼ ରାଜ୍ୟ, ତଥା ବଲାଙ୍ଗୀର,କଳାହାଣ୍ଡି ଜିଲ୍ଲା ରୁ ତଥା ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।