-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
13-May-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ମହିମା ପଡ଼ାରେ ସୋମବାର ଭୀମଭୋଇ ଜୟନ୍ତୀ କମିଟି ଆନୁକୂଲ୍ୟରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହେବା ସହିତ ଏହି ଅବସରରେ ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଂଜ୍ଞ, ଭଜନ କୀର୍ତ୍ତନ ଓ ଧର୍ମ ସଭା ମହିମା ଭକ୍ତ ମୋହନ ମହାନନ୍ଦ ଙ୍କ ସଭାପତିତ୍ୱ ରେ ଆୟୋଜନ କରାଯାଇ ଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ନେୟାକଅଶୋକ ପୃଷ୍ଟି,ମୁଖ୍ୟବକ୍ତା ଶିଳ୍ପପତି ଆର୍ତତ୍ରାଣ ବାବୁ, ସମ୍ବାନୀତ ଅତିଥି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ,ଭୀମଭୋଇଙ୍କ ବାର୍ତ୍ତା ପ୍ରଚାରକ ଗୋରେଖ ନାଥ ସାହୁ,ପ୍ରାଧ୍ୟାପିକା ମିନା ମହାରଣା, କମିଟି ସଭାପତି ସୁନ୍ଦରମଣି ମେହେର,କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ମେହେର ଯୋଗଦେଇ ମହିମା ଧର୍ମ ଓ ଭୀମଭୋଇଙ୍କ ଜନ୍ମ ବିଷୟରେ ଆଲୋକପାତ କରିଥିଲେ l କ୍ଷୀର ସାଗର ବିଭାର ମଞ୍ଚ ପରିଚାଳନା କରିଥିବା ବେଳେ କମିଟି ପ୍ରତିଷ୍ଠାତା ରାମ ଗୋପାଳ ବାଘ ଧନ୍ୟବାଦ ଅର୍ପଣ କରିଥିଲେ l