-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-May-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ) ଗତ ତିନିଦିନ ପୂର୍ବରୁ ଅମ୍ବାଭୋନା ଥାନା ଅନ୍ତର୍ଗତ ଉତ୍ତମ ପଞ୍ଚାୟତ ର ଲେଲେହର ଗ୍ରାମର ସରୋଜ ବନଛୋର ଙ୍କ ଘରେ ବାହାଘର ଚାଲିଥିଲା। ଉକ୍ତ ବାହାଘର କୁ କପଶିରା ଗ୍ରାମର ଶ୍ରୀମତୀ ସାଗରା ଜାଲ ତାଙ୍କର ସ୍ୱାମୀ ଶ୍ୟମଲାଲ ଜାଲ ଙ୍କ ସହିତ ଯାଇଥିଲେ। ବାହାଘର ସରିବା ପରେ ବାଇକ ର ଚାବି ଦୟାନିଧି ବନଛୋର ଙ୍କ ସାନ ଭାଈ ଅମିତ ବନଛୋର ମାଗିଥିଲେ। ବାଇକ ଚାବି ନ ମିଳିବାରୁ ତାଙ୍କ ବାପା ମା ଙ୍କ ସହିତ ଝଗଡା କରିଥିଲେ। ରାତିରେ ସମସ୍ତେ ଶୋଇବା ପରେ ଏକ ସ୍କୃ ଡ୍ରାଇଭର ସାହାଯ୍ୟରେ ଅମିତ ବନଛୋର (୧୯) ବଡ଼ ଭାଈ ଦୟାନିଧି ବନଛୋର ଙ୍କ ଶାଶୁ ଶ୍ରୀମତୀ ସାଗରା ଜାଲ (୬୫) ଙ୍କୁ ଆଘାତ କରିଥିଲେ।ତାଙ୍କୁ ଘର ଲୋକେ ତୁରନ୍ତ ଚିକିତ୍ସା ପାଇଁ ବରଗଡ ଖେଦାପାଲି ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ। ଚିକିତ୍ସା କରି ଫେରିବା ପରେ ଗତ କାଲି ଶୁକ୍ରବାର ଦିନ ପୁଣି ଅସୁସ୍ଥତା ଅନୁଭବ କରିବାରୁ ପୁଣି ଖେଦାପାଲି ରେ ଭର୍ତ୍ତି କରାଯାଇଥିଲା। ଉକ୍ତ ମହିଳା ଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ସେଠାରେ ଡାକ୍ତର ବୁର୍ଲା କୁ ସ୍ଥାନାନ୍ତର କରିଥିଲେ।ମାତ୍ର ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅମ୍ବାଭୋନା ଥାନା ରେ ମୃତ ମହିଳା ଙ୍କ ଝିଅ ସୁଶ୍ମୀତା ବନଛୋର ଲିଖିତ ଅଭିଯୋଗ କରିଥିଲେ। ଅମ୍ବାଭୋନା ଥାନା ଅଧିକାରୀ ବିପିନ ବାଗ ଘଟଣା ର ତଦନ୍ତ କରି କେସ ନଂ ୮୨/୨୫ ମାମଲା ରେ ରୁଜୁ କରି ବି ଏନ ଏସ ୧୦୩ ଧାରା ରେ ଅଭିଯୁକ୍ତ ଅମିତ ବନଛୋର କୁ କୋର୍ଟ ଚାଲାଣ କରିଛନ୍ତି।