-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
09-May-2025
ବରୀ(ରଞ୍ଜିତ ମହାନ୍ତି): ଭାରତର ସଶସ୍ତ୍ର ବଳ ପାକିସ୍ତାନ ଓ ପାକ୍ ଅଧୂକୃତ କଶ୍ମୀର (ପିଓକେ)ସ୍ଥିତ କେତେକ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟାଳୟ ଓ ଶିବିରରେ ରାତିରେ କରିଥିବା ଏୟାର ର ଷ୍ଟ୍ରାଇକ୍କୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି। ଏହି କ୍ରମରେ ବରୀ ବ୍ଲକ୍ ଅବ ବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷୀ ଷରୁ ବରୀ ମାଉଣ୍ଡଠାରେ ଜାତୀୟ ପତାକା ଧରି ବାଣଫୁଟାଇ ଭାରତମାତା କି ଜୟ ଧ୍ବନି ଦିଆଯାଇଛି। ସଂଘର ସଭାପତି ଗୟାଧର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ଗୟାଧର ଦାସ, ମଦିନ ମୋହନ ପତି, ପ୍ରଦୀପ ଘଡ଼େଇ, ଶ୍ୟାମସୁ ଶ୍ୟାମସୁନ୍ଦର ରାଉତ, ପ୍ରଫୁଲ୍ଲ ପଣ୍ଡା, ବିଜୟ ଶ୍ୟାନ୍ତି, ପ୍ରତାପ ସିଂ, କବିର ଦାସ, ଗଗନ ମହାନ୍ତି, ରଞ୍ଜନ ଜେନା ନିମାଇଁ ବିଶ୍ଵାଳ, ରବୀନ୍ଦ୍ର ଜେନା ଓ ବସନ୍ତ ଶ୍ୟାନ୍ତି ପ୍ରମୁଖ ସାମିଲ ହୋଇଥିଲେ। ବହୁ ଜନସାଧାରଣ ଯୋଗଦେଇ ଭାରତର ସଶସ୍ତ୍ର ବଳର ପଦକ୍ଷେପକୁ ପ୍ରଶଂସା କରିଥିଲେ।