-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
09-May-2025
ବରୀ/ଯାଜପୁର(ରଞ୍ଜିତ ମହାନ୍ତି): ଜିଲ୍ଲାର ବଶିଷ୍ଠ ବିଜେପି ନେତା କୁମାର ପଣ୍ଡାଙ୍କ ହୃଦ୍ଘାତ ତପନ କୁ ତରେ ପରଲୋକ ହୋଇଯାଇଛି। ସେ ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତର ସାହୁପଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଯୁବ ବୟସରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଆଦର୍ଶରେ ଅନୁପ୍ରାଣିତ ହୋଇ ସେଥ୍ରେ ସାମିଲ ହୋଇଥିଲେ | ପରବର୍ତ୍ତୀ ସମୟରେ ବରୀ ବିଜେପିର ମଣ୍ଡଳ ସଭାପତି ମନୋନୀତ ହେବା ସହ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ତାଙ୍କ ବିୟୋଗରେ ବରୀ ବିଧାୟକ ବିଶ୍ଵରଞ୍ଜନ ମଲିକ, ବରୀ ବ୍ଳକ ଅଧ୍ଯକ୍ଷ ଅଶୋକ କୁମାର ଗେଡି, ଉପାଧ୍ଯକ୍ଷା ଅର୍ଜନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ ସାମଲ ପ୍ରମୁଖ ଶୋକ ପ୍ରକାଶ ପ୍ରକ କରିଛନ୍ତି