-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
09-May-2025
ନୂଆଁପଡ଼ା(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଜିଲ୍ଲା କୃଷି ବିଭାଗ ତରଫରୁ ନୂଆପଡା ବ୍ଲକ୍ ସେଠ୍ ଜାମପାଣୀ ଗାଁରେ ଲୁପ୍ତ ପ୍ରାୟ ଖାଦ୍ୟ (Forgotten Food) ର ଏକ ପ୍ରଦର୍ଶନୀ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରେଡ୍ଡି ରାଘବେନ୍ଦ୍ର, ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ୍ଜ୍ ଖାନ୍,ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବି ଡି ଓ ନୂଆପଡା ରୋହିତ ଭୋଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଆଲୋକ କୁମାର ନାୟକ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଜି ଏମ୍ ଡି ଆଇ ସି ସମିର ମୁଦୁଲି, ଏଲ ଡି ଏମ୍ ସୀତାରାମ ମେହେର, ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଉପାଧ୍ୟକ୍ଷ ନୂଆପଡା ବ୍ଲକ୍, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ। ଚାକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଆଦିବାସୀ ମହିଳା ମାନେ
ବନଫୁଲ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ଆଦିବାସୀ ଗ୍ରାମବାସୀ ସେମାନଙ୍କ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଅତିଥି ମାନଙ୍କୁ ପରିବେଷଣ କରିଥିଲେ । ସେମାନଙ୍କ ଜୀବନ ଶୈଳୀ ସହିତ ଲୁପ୍ତପ୍ରାୟ ଖାଦ୍ୟର ପ୍ରଦର୍ଶନୀ ବେଶ ଆକର୍ଷଣୀୟ ହୋଇଥିଲା । ଜିଲ୍ଲାପାଳଙ୍କ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏହାକୁ ବେଶ୍ ଉପଭୋଗ କରିଥିଲେ ।ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝି ଏସବୁର ଶିଘ୍ର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ମାନେ ସହଯୋଗ କରିଥିଲେ।