-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

କୁଲି ମେହେର ଜାତିକୁ ଆଦିବାସୀ ତାଲିକାରୁ ବାଦ୍ ଦେବାପାଇଁ ଆଦିବାସିଙ୍କ ଦାବୀ

21-Jan-2021



ବଲାଙ୍ଗିର,-ଓଡିଶାର ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ବଉଦ ଏବଂ ଅନୁଗୁଳ ଜିଲ୍ଲାରେ ବାସ କରୁଥିବା “କୁଲି” ଜାତିର ଲୋକମାନେ ଆଦିବାସୀ ନୁହନ୍ତି ।  କୁଲି ଜାତିର ଆଦିବାସୀ ସଂସ୍କୃତି ନାହିଁ ଏବଂ ଏହି ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେବାପାଇଁ ୧୯୬୫ ମସିହାରେ ଜଷ୍ଟିସ ବି.ଏନ. ଲୋକୁରଙ୍କ ଅ୍ମକ୍ଷତାରେ ଗଠିତ ତିନି ଜଣିଆ ଏଡଭାଇଜରି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ୧୯୬୨ ମସିହାରେ ଓଡିଶା ସରକାରଙ୍କ ଆଦିବାସୀ ଗ୍ରାମ ମଙ୍ଗଳ ବିଭାଗର ଆସିଷ୍ଟାଂଟ ଡାଇରେକ୍ଟର ଶ୍ରୀ କେ. ମହାପାତ୍ର ସମ୍ବଲପୁର, ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ବାସ କରୁଥିବା କୁଲି ଜାତିର ଲୋକମାନଙ୍କ ସାମାଜିକ, ସାଂସ୍କୃତିକ ରୀତି, ନୀତି, ଚଳଣି ସର୍ଭେ କରି ଏମାନଙ୍କର ଆଦିବାସୀ ସଂସ୍କୃତି ନାହିଁ ବୋଲି ତାଲିକାରୁ ବାଦ ଦେବାପାଇଁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ୧୯୭୯ ମସିହାର ପୁଣିଥରେ କୁଲି ଜାତିର ସାଂସ୍କୃତିକ, ସାମାଜିକ ଜୀବନ ଉପରେ କ୍ଷେତ୍ର ଅ୍ମୟନ କରି ଏହି ଜାତି ଆଦିବାସୀ ନୁହନ୍ତି ବୋଲି କହିଲା ପରେ ଓଡିଶା ରାଜ୍ୟ ସରକାରଙ୍କ ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ ଚିଠି ନଂ ୮୫୬୮/ଚଖ(ଓ)୧୭/୧୮/ଐଞଡ .୧୯/୩/୧୯୮୧ ଚିଠିରେ କୁଲି ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେବାପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଗଲା ପରେ ତାହା ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗର ଶୀତଳ ଭଣ୍ଡାରରେ ପଡି ରହିଛି । ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଏହି ଅଣ ଆଦିବାସୀ କୁଲି ଜାତିକୁ ତାଲିକାରୁ ତୁରନ୍ତ ବିଦା କରି ଏ ଜାତିର ଲୋକଙ୍କୁ ଆଦିବାସୀ ନାମରେ ଜାତି ସାର୍ଟିଫିକେଟ ନଦେବାକୁ ଦୃଢ ଦାବୀ କରି ଆସୁଥିଲେ ମ୍ମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ବହୁ ଆଦିବାସୀ ଯୁବକ/ଯୁବତୀଙ୍କ ସଂରକ୍ଷଣ ସ୍ଥାନ ଗୁଡିକୁ ଏହି କୁଲି ଜାତି ଛଡାଇ ନେଇ ଅନଗ୍ରସର ଆଦିବାସୀ ସଂପ୍ରଦାୟକୁ ସର୍ବନାଶର ମୁହଁକୁ ଠେଲି ଦେଉଛନ୍ତି । ସ୍ୱାଧୀନତା ପରଠାରୁ ଏହି ଅଣଆଦିବାସି କୁଲି ଜାତିର ଲୋକମାନେ ବର୍ତମାନ ମ୍ମ ଏହି ସୁବିଧା ଭୋଗ କରି ଆସୁଛନ୍ତି, ଯଦିଓ ଏମାନଙ୍କର କୌଣସି ଆଦିବାସୀ ସଂସ୍କୃତି ନାହିଁ । କୁଲି ଜାତି କିପରି ଅନୁସୂଚୀତ ଜନଜାତି କିମ୍ବା ଅନୁସୂଚୀତ ଜାତି ସଂପ୍ରଦାୟ ଅନ୍ତର୍ଭୁକ୍ତ ନୁହେଁ ତାହାର କେତୋଟି ଦୃଷ୍ଟାନ୍ତ ଦିଆଯାଇଛି । ଯେପରିକି କୁଲି ଜାତିର ଲୋକମାନେ କଟିଆ (ଏସ.ସି.), ତନ୍ତ୍ରୀ (ଏସ.ସି.), ଡୁଳାଭିଣା (ଓବିସି), ରଙ୍ଗିଣୀ (ଓବିସି) ଆଦି ସଂପ୍ରଦାୟର ଲୋକଙ୍କ ସହିତ ବୈବାହିକ ସଂପର୍କ ସାମାଜିକ ସ୍ୱୀକୃତି ନେଇ କରି ଆସୁଛନ୍ତି । କୁଲି ଜାତି ଏକ ବୁଣାକାର ଜାତି । କୋଷ୍ଟା, ଭୁଲିଆ, ଡୁଳାଭିଣା, ରଙ୍ଗିଣୀ ଜାତି ଭଳି ଅନ୍ୟ ବୁଣାକାର ଜାତି ଓବିସି ତାଲିକାରେ ରହିଥିବା ବେଳେ ଏମାନେ ଏସ.ଟି. କିପରି ହେଲେ? କୁଲି ଜାତିର ବିବାହ ବ୍ରାହ୍ମଣ ପୁରୋହିତ ଦ୍ୱାରା ସଂପନ୍ନ ହୁଏ ଏବଂ ଏହି ବିବାହ ପୂର୍ବରୁ ଏମାନଙ୍କ ସବର୍ଣ୍ଣ ଉଚ୍ଚ ବଂଶଜ ମାନଙ୍କ ଭଳି ରିଙ୍ଗ ସେରିମନି ବର କନ୍ୟା ମ୍ମରେ ହୋଇଥାଏ । ଯାହା କୌଣସି ଆଦିବାସୀ ସଂସ୍କୃତିରେ ନାହିଁ । କୁଲି ମାନେ ହିନ୍ଦୁ ଧର୍ମାବଲମ୍ବୀ । ଏମାନେ ରାମ, କୃଷ୍ଣ, ଜଗନ୍ନାଥ, ଲକ୍ଷ୍ମୀ, ଶିବ ଆଦି ହିନ୍ଦୁ ଦେବାଦେବୀ ପୂକା କରନ୍ତି । କନ୍ଧକେଲ ଗାଁ ରେ ରାମ ମନ୍ଦିର ସ୍ଥାପନ କରିଛନ୍ତି । ବରଗଡରେ ରଥଯାତ୍ରା ମ୍ମ ପାଳନ କରନ୍ତି । ଉଲବା ଗ୍ରାମରେ ଶିବ ମନ୍ଦିରରେ କୁଲିମାନଙ୍କ ପୂଜାର୍ଚ୍ଚନା ସର୍ବାଧିକ । କୁଲି ମାନଙ୍କର କୌଣସି ଆଦିବାସୀ ଦେବା ଦେବୀ ନାହାନ୍ତି । ଏମାନେ ନିଜକୁ ଆଦିବାସୀ ବୋଲି ପ୍ରମାଣ କରିବା ପାଇଁ ୨୦୧୨ ମସିହାରୁ କୁଲି ବୁଢା, କୁଲି ବୁଢୀ ନାମରେ ଧରନି ଖୁଂଟା ସ୍ଥାପନ କରିଛନ୍ତି । ଏହା ପୂର୍ବରୁ ଏ ପୂଜା ନଥିଲା । କରମସାନି ଦେବୀ ରଜା ଏମାନେ କରି ନିଜକୁ ଆଦିବାସୀ କହିଥାନ୍ତି । କିନ୍ତୁ କରମସାନୀ ସବୁ ସଂପ୍ରଦାୟର ଲୋକମାନେ ଓବିସି ଓ ଜେନେରାଲ ଲୋକମାନେ ମ୍ମ ଏହି ଦେବୀଙ୍କର ପୂଜା କରନ୍ତି । କୁଲି ମାନଙ୍କର ସ୍ୱତନ୍ତ୍ର ଭାଷା ନାହିଁ । ଏମାନଙ୍କ କଥିତ ଭାଷା କୋଷ୍ଟା, ଭୁଲିଆ, ଅଘରିଆ ଓ ଚମାର ଜାତିର ଲୋକଙ୍କ ଭାଷା ସହିତ ସାମ୍ୟ ରଖେ । କୁଲି ଜାତି ଅସ୍ପୃଶ୍ୟ ନୁହନ୍ତି । ଏମାନେ ଅନଗ୍ରସର ମ୍ମ ନୁହନ୍ତି । ଶିକ୍ଷା କ୍ଷେତ୍ରରେ ଓ ଆର୍ଥିକ ଉନ୍ନତିରେ ଏହି ଜାତି ପ୍ରଗତିଶୀଳ ।
ଏଣୁ ଏହି ଜାତିକୁ ତୁରନ୍ତ ଆଦିବାସୀ ତାଲିକାରୁ ବାଦ ଦେଇ ସମଗ୍ର ଆଦିବାସୀ ସମାଜର ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନେବାପାଇଁ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର  ସିଂଭୋଇ, ସୋନପୁର ଜିଲ୍ଲା ସଭାପତି ଯୋଗେନ୍ଦ୍ର ଭୋଇ, ସମ୍ବଲପୁର ଜିଲ୍ଲା ସଭାପତି କୁସମନ ମୁଣ୍ଡା, କଳାହାଣ୍ଡି ଜିଲ୍ଲା ସଭାପତି ପରମାନନ୍ଦ ମାଝି, ବଉଦ ଜିଲ୍ଲା ସଭାପତି ସାମନ୍ତ ମାଝି, ନୂଆପଡା ଜିଲ୍ଲା ସଭାପତି ଭାନୁପ୍ରତାପ ସିଂମାଝି, ରାୟଗଡା ଜିଲ୍ଲା ସଭାପତି ଜିତୁ ଜାକେସିକା ପ୍ରମୁଖ  ଦୃଢ ଦାବୀ କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like