-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
ଭୁବନେଶ୍ବର : ପେଟ୍ରୋଲ୍ ପମ୍ପରେ ଘଟିଥିବା ଛାତିଥରା ବିସ୍ଫୋରଣରେ କେତେ ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ଗୁରୁତର ଆହତ ହୋଇ ଏସ୍ସିବିରେ ଚିକିତ୍ସିତ ହେଉଥିବା ୨ ଜଣଙ୍କ ମଧ୍ୟରୁ ଗଞ୍ଜାମର ସତ୍ୟ ନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଲିସ ୩ ବସ୍ତା ପୋଡ଼ା ମାଂସ ଜବତ କରି କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ସେଥିରେ ୨ଟି ଖପୁରି ଓ ଅନେକ ଅଙ୍ଗପ୍ରତ୍ୟଙ୍ଗ ରହିଛି।ଦୁଇ ବସ୍ତା ପୋଡ଼ା ମାଂସ ଜବତ ହୋଇଥିଲା। ସେଥିରେ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, ଖପୁରି, ପାପୁଲି, ପାଦ, ହାତ ଆଦି ମିଳିଥିଲା। ଆଜି ମଧ୍ୟ ଆଉ ପାଖାପାଖି ବସ୍ତାଏ ପୋଡ଼ା ମାଂସ ଖଣ୍ଡ ଓ ଶରୀରର ଛିନ୍ନ ଅଂଶ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଆଖପାଖ ବଣବୁଦାରେ ମଧ୍ୟ ମାଂସ ଖଣ୍ଡ ଲାଗିଥିବା ଦେଖିବାକୁ ମିଳୁଛି। ପ୍ରାୟ ୨୦ ମିଟର ଦୂରରେ ରହୁଥିବା ଟ୍ରାନ୍ସପୋର୍ଟ କମିସନର ସଞ୍ଜିବ ପଣ୍ଡାଙ୍କ ଘର କ୍ୟାମ୍ପସରୁ ମାଂସ ଖଣ୍ଡ ମିଳିଛି। ମାଂସ ଖଣ୍ଡଗୁଡ଼ିକ ପ୍ରାୟ ୨ ଶହ ମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ପଡ଼ିଥିବାରୁ ରାଜଭବନ ପରିସରରେ ଥିବା ଜଙ୍ଗଲ ଓ ଆଖପାଖ ବୁଦାରେ ପଡ଼ି ରହିଥିବା ଆଶଙ୍କା କରାଯାଉଛି।