-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
05-May-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ରେ ଆଜି ନୂତନ ଏସପି ଭାବରେ ଯୋଗ ଦେଲେ ଶ୍ରୀ ନାରାୟଣ ନାୟକ। ସୁବର୍ଣ୍ଣପୁର ଜିଲ୍ଲା ଏକ ଶାନ୍ତି ପ୍ରିୟ ଜିଲ୍ଲା l ସଧାରଣ ଲୋକ ଙ୍କୁ ସଠିକ ନ୍ୟାୟ ଓ ଉତ୍ତମ ପୋଲିସ ସେବା ଉପରେ ପ୍ରଥମେ ଗୁରୁତ୍ଵ ଦେବାକୁ ଶ୍ରୀ ନାୟକ କହିବାସହ ଟ୍ରାଫିକ ସମସ୍ୟା ର ସମାଧାନ ଦିଗରେ ପୁରା ପ୍ରୟାସ କରିବା ସହିତ ଛିନତାଇ, ଚୋରୀ ଡକାୟତି ଓ ନିଶା କାରବାର ତଥା ଅସାମାଜିକ କାର୍ଯ୍ଯ କଳାପ କୁ ମୋଟେ ବରଦାସ୍ତ କରାଯିବନି ବୋଲି ମତ ରଖି ଯେଉଁ ଗଞ୍ଜେଇ ଚୋରା ଚାଲାଣ ପାଇଁ ସାରା ଓଡ଼ିଶାରେ ରେ ଏଇ ଗୋଟେ ଦୁଇଟା ଜିଲ୍ଲା ପୁରା ବଦନାମ ହୋଇଛି ସେ ସବୁ ର ମୂଳୋତ୍ପାଟନ କରିବା ଦିଗରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରି କାମ କରିବୁ ବୋଲି କହି ଏଥିପାଇଁ ଜନସାଧାରଣ ଙ୍କ ସହଯୋଗ ନିହାତି ଜରୁରୀ ବୋଲି କହିଥିଲେ l ଶ୍ରୀ ନାୟକ ଏହା ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଅଫିସ, ତରଭା ଥାନା ରେ ଓ ଆଇ ସି, ବଲାଙ୍ଗିର ସଦର ଥାନା ରେ ଭାରପ୍ରାପ୍ତ ଥାନା ଅଧିକାରୀ, ଏସ ଡି ପି ଓ ଭାବେ, ମେରାଇନ ଓ କୋଷ୍ଟାଲ ସୁରକ୍ଷା ଦାୟିତ୍ବ ଏବଂ ସମ୍ବଲପୁର ଡି ଆଇ ଜି ଅଫିସ୍ ରେ ଖୁବ୍ ଦକ୍ଷତା ଓ ସଫଳତା ର ସହ କାର୍ଯ୍ଯ କରି ଥିଲେ l ପ୍ରକାଶ ଥାଉ କି ଯେ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ଆନ୍ଦୋଳନ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ରେ ଶ୍ରୀ ନାୟକ ଙ୍କ ଉଲ୍ଲେଖନୀୟ ଭୂମିକା ରହିଥିବା ବେଳେ ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା ବେଆଇନ ନିଶା କାରବାର ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ରଖିବା ଉପରେ ତାଙ୍କର ପ୍ରାଥମିକତା ରହିବ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ତାଙ୍କର ସହାୟତା କାମନା କରିଥିଲେ।