-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
25-Apr-2025
(ଡୋଲେଶ୍ୱର ବାଗ )
.ଖଡିଆଳ ଜଳ ବିଭାଜିକା ପ୍ରକଳ୍ପ ରେ ସରକାରୀ ଅର୍ଥ ଅନୀୟମୀତତା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ,୫୬ ଲକ୍ଷ ୯୩ ହଜାର ୯୫୭ ଟଙ୍କା ଅଭିଯୋଗ ହୋଇଅଛି। କୋରାପୁଟ ଭିଜିଲାନ୍ସ ବିଭାଗ କେଶ ନମ୍ୱର୍ ୧୭/୨୪.୦୪.୨୦୨୫ ରେ ମାମଲା ରୁଜୁ ହୋଇ ଘଟଣା ତଦନ୍ତ ଚାଲିଛି।ଲକ୍ଷ୍ମୀ ଧର ରାଉତରାୟ ନାମକ ବ୍ୟକ୍ତି ଦଲେଇସାହି ବୋଲଗଡ଼ ନୟାଗଡ଼ ସେ ଖାଡିଆଳ ଜଳବିଭାଜିକା ମିଶନ ରେ କାର୍ଯ୍ୟ କରୁଥିଲେ।୨୦୨୨-୨୩ ଚେକ ଡେମ ଫିଲ୍ଡ ବଡିଙ୍ଗ ଏବଂ ଲୁଜ ବୋଲଡ଼ର୍ କାର୍ଯ୍ୟ କରୁଥିବା ବେଳେ ଏହି କାର୍ଯ୍ୟ ରେ ସରକାରୀ ଅର୍ଥ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଲକ୍ଷ୍ମୀ ଧର ରାଉତରାୟ ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହ ହରିଶ୍ଚନ୍ଦ୍ର ବେଣ୍ଟକାରଙ୍କ ସଂପୃକ୍ତି ଥିବା ଜଣାପଡିଛି। ସେମାନେ କୋର୍ଟ ର ଆଶ୍ରୟ ନେଇଥିaବା ବେଳେ ଏହି ଘଟଣାରେ ଲକ୍ଷ୍ମୀ ଧର ରାଉତରାୟ ଙ୍କୁ ଭିଜିଲାନ୍ସ ବିଭାଗ ଅଟକ ରଖି ପଚରା ଉଚରା କରିଥିବା ବିଭାଗ ପକ୍ଷ ରୁ ପ୍ରକାଶ।