-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ପର୍ଶୁରାମ ଜନ୍ମୋତ୍ସବ ଶୋଭାଯାତ୍ରାରେ ଯୋଗଦେବେ ବଲାଙ୍ଗୀରର ଶତାଧିକ ସଂଗଠନ

25-Apr-2025



ବଲାଙ୍ଗୀର(ପ୍ରେରଣା ଖବର)- ଆସନ୍ତା ଅପ୍ରେଲ ୨୯ ତାରିଖରେ ଭଗବାନ ପର୍ଶୁରାମଙ୍କ ଜନୋତ୍ସବ ପାଳିତ ହେବ । ଏହି ଦିନ ସକାଳୁ ନରସିଂହମନ୍ଦିରଠାରେ ପୂଜା ଓ ଯଜ୍ଞର ଆୟୋଜନ କରାଯିବା ସହିତ ସଂଧ୍ୟାରେ ଜିଲ୍ଲା ବ୍ରାହ୍ମଣ ମହାସଂଘ ଓ ପର୍ଶୁରାମ ଜନ୍ମୋତ୍ସବ ପାଳନ କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯିବାକୁ ସ୍ଥିର ହୋଇଛି। ଏହି ଶୋଭାଯାତ୍ରାରେ ସହରର ଶତାଧିକ ସଂଗଠନ ସାମିଲ ହେବେ ବୋଲି ଆଜି ସ୍ଥାନୀୟ ନରସିଂହ ମନ୍ଦିରଠାରେ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି। ଶୋଭାଯାତ୍ରା ୨୯ ତାରିଖ ସଂଧ୍ୟା ୬.୩୦ମିନିଟରୁ ନରସିଂହମନ୍ଦିର ଠାରୁ ବାହାରି ଦୁର୍ଗାମନ୍ଦିର, ମହାଦେବ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ରାମମନ୍ଦିର ଦେଇ ବିକ୍ରମଛକ, ପିପିଏକାଡେମୀ ଛକ, ଭାଗିରଥି ଛକ, କଚେରୀ ଛକ ଦେଇ ପୁଣି ନରସିଂହ ମନ୍ଦିରକୁ ପହଞ୍ଚିବ । ଶୋଭାଯାତ୍ରାପରେ ଏଠାରେ ସମସ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।  ଆୟୋଜକ କମିଟିର ଆବାହକ ସୁଧିର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ପର୍ଶୁରାମବାହିନୀର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ବଲାଙ୍ଗୀର ବ୍ରାହ୍ମଣ ମହାସଂଘର ସଭାପତି ଜୟରାମ ମିଶ୍ର ଓ ଶିବଶଙ୍କର ଖୁଆସ ଯୋଗଦେଇ ପର୍ଶୁରାମ ଜନ୍ମୋତ୍ସବ ପାଳନ ଉପରେ ସୂଚନା ଦେଇଥିଲେ । ନରେନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଥିଲେ ଯେ, ଯେତେବେଳେ ସମାଜରେ ଦୁର୍ନୀତି, ଅତ୍ୟାଚାର ବଢିଥାଏ ସେତେବେଳେ ଖୋଦ ଭଗବାନ ଅବତାରି ପୁରୁଷ ଭାବରେ ଜନ୍ମନେଇ ଅତ୍ୟାଚାରୀଙ୍କୁ ଦମନ କରିଥାନ୍ତି । ସେହିକ୍ରମରେ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଭାବରେ ଭଗବାନ ପର୍ଶୁରାମ ଜନ୍ମନେଇ ସହସ୍ରବାହୁ ଭଳି ଦୂରାଚାରୀଙ୍କୁ ଦମନ କରିଥିଲେ । ମହାଦେବଙ୍କ ପର୍ଶୁପ୍ରାପ୍ତ ହୋଇ ମହାବଳି ହୋଇପାରିଥିବା ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବକୁ ଧୁମଧାମରେ ପାଳନ କରାଯିବାକୁ ସ୍ଥିର କରା ଯାଇଛି । ସେଥିପାଇଁ ସବୁବର୍ଗର ସଂଗଠନମାନେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ସଂପ୍ରତି ଦେଶରେ ହିନ୍ଦୁ ମାନଙ୍କୁ ଟାର୍ଗେଟ କରାଯାଉଛି । ଜମ୍ମୁୁକାଶ୍ମିରର ପେହେଲଗାମ ଠାରେ ୨୬ଜଣ ନୀରିହ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା କରିଦେଲେ । ମୁର୍ସିଦାବାଦରେ ମଧ୍ୟ ହିନ୍ଦୁଙ୍କ ଉପରେ ଟାର୍ଗେଟ କରାଯାଇଛି । ତେଣୁ ଆଗକୁ ହିନ୍ଦୁଙ୍କ ସୁରକ୍ଷା ପାଇଁ ହିନ୍ଦୁମାନେ ହିଁ ଏକତ୍ରୀତ ହେବାକୁ ଆହ୍ୱାନ ଦିଆଯାଇଛ ଓ ଶୋଭାଯାତ୍ରାରେ ୫ହଜାର ଲୋକ ସାମିଲ ହେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି । ସହରର ସମସ୍ତ ସଂଗଠନ ଓ ହିନ୍ଦୁଜାତି ସମାଜ ଏଥିରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଆଜିର ଏହି ସମ୍ବାଦିକ ସମ୍ବିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ମହାସଂଘର ସୁଧିର ତ୍ରୀପାଠୀ, କିଶୋର ପୁରୋହିତ, ପର୍ଶୁରାମ ନାୟକ, ଶିବନାରାୟଣ ରଥ, ସୁଭାଷ ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like