-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
25-Apr-2025
ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ବାର ହଲ୍ ଠାରେ ନୂତନ ଲାଇବ୍ରେରୀ ଓ ସଂଘ ର କାର୍ଯ୍ୟକାରୀ କମିଟିର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଏଥିରେ ବଲାଙ୍ଗିର ଜିଲ୍ଲା ଦୌରାଜଜ୍ ଡକ୍ଟର ପବିତ୍ର ମୋହନ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲାଇବ୍ରେରୀ ହଲ୍ ଓ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ କାର୍ଯ୍ୟଳୟକୁ ଫିତା କାଟି ଉଦଘାଟନ କରିଥିଲେ l ଏହାଦ୍ୱାରା ଉଭୟ ଜୁନିୟର୍ ଓ ସିନିୟର଼୍ ଓକିଲ ମାନେ ଉପକୃତ ହୋଇପାରିବେ ବୋଲି ଅତିଥି ମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ସଂଘର ସମ୍ପାଦକ ସଞ୍ଜୟ ବଗର୍ତ୍ତୀ , ଉପସଭାପତି ସୁଧାଂଶୁ ଦେଓ, କୋଷାଧ୍ୟକ୍ଷ ସମୀର ମିଶ୍ର, ସହସମ୍ପାଦକ ସୁମିତ୍ ଖୁଆସ,ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର,ଜଗନ୍ନାଥ ଆଚାର୍ଯ୍ଯ ଓ ସିଭିଲ୍ କୋର୍ଟ ର ସମସ୍ତ ଜଜ୍ ଉପସ୍ଥିତ ରହି ଜିଲ୍ଲା ଓକିଲ ସଂଘ ର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ଜିଲ୍ଲା ଓକିଲ ସଂଘର ସମସ୍ତ ସଭ୍ଯ ସଭ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l