-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
25-Apr-2025
ଢ଼େଙ୍କାନାଳ (ଉଦୟ ଭାନୁ ସାହୁ) ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଆଜି ପୂର୍ବାହ୍ନରେ ଜିଲ୍ଲାରେ ଚାଲୁଥିବା ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମର ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଅଧ୍ୟକ୍ଷତା କରି, ଲିଙ୍ଗ ଚିହ୍ନଟ, ଭୃଣ ହତ୍ୟା ଏବଂ ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି ବୋଲି ମତବ୍ୟକ୍ତ କରିଥିଲେ l ଏହାର ନିରାକରଣ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ପ୍ରକୃତ ସଚ଼େତନତା ଓ ସକ୍ରିୟତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଶେଷ କରି ଦୁର୍ଗମାଞ୍ଚଳରେ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜ , ସ୍ଵେଚ୍ଛାସେବୀ ଏବଂ ସିଡ଼ିପିଓ ମାନେ ଅଧିକ ସଜାଗ ରହିଲେ ଏହାର ସମାଧାନ ସମ୍ଭବ ବୋଲି କହିଥିଲେ । ଆଗାମୀ ବୈଠକରେ ସଡ଼ିପିଓ ମାନେ ସେମାନଙ୍କର କାର୍ଯ୍ୟାବଳୀ ସଂପର୍କରେ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ । ଲିଙ୍ଗ ଚ଼ିହ୍ନଟ କାର୍ଯ୍ୟ ଓ ଭୃଣ ହତ୍ୟା ପରି କୌଣସି ଘଟଣା ସଂପର୍କରେ ସୂଚ଼ନା ପାଇ ପୋଲିସକୁ ଜଣାଇଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି । ଏହି ସମୀକ୍ଷା ବୈଠକରେ ସି.ଡବ୍ଲ୍ୟୁ. ସି. ର ଚେୟାରମ୍ୟାନ ପୁଷ୍ପକ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନୀଳମଣି ଦିଲ୍ଲିପ ଚାନ୍ଦ ବେହେରା, ଆଇନଜୀବୀ ମାନସୀ ମହାପାତ୍ର ଶିଶୁମାନଙ୍କ ଲାଳନ ପାଳନ, ସେମାନଙ୍କର ସୁରକ୍ଷା ଏବଂ ଅଧିକାର ସଂପର୍କରେ ଆଲୋଚନା କରି, ସମାଜରେ ପ୍ରକୃତ ସଚ଼େତନତା ସୃଷ୍ଟି ହେଲେ ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତି ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷା ଅଭାବରୁ ପିଲାମାନେ ବିଭିନ୍ନ ଅତ୍ୟାଚାରର ଶିକାର ହେବା, ପଢ଼ା ମଝିରୁ ପାଠ ପଢିବା ବନ୍ଦ କରିବା, ବାଲ୍ୟବିବାହ ଯୋଗୁଁ ବିଭିନ୍ନ ସମସ୍ୟା, ହିଂସା ଓ ବିବାହ ବିଚ୍ଛେଦର ସମାଧାନ ସଂପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିତା ଶର୍ମା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଶିଶୁମାନଙ୍କ ପାଇଁ ହେଉଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଏହି ବୈଠକରେ ସମସ୍ତ ସିଡ଼ିପିଓ, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସୁପରଭାଇଜର ଓ କର୍ମୀ ମାନେ ଯୋଗ ଦେଇଥିଲେ ।