-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
24-Apr-2025
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ଆଜି ସାରା ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଥିଲାବେଳେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ କାର୍ଯ୍ୟାଳୟ ପରିସରରେ ମଧ୍ୟ ପାଳନ କରାଯାଇଥିଲା। ବେଲପଡା ବିଡ଼ିଓ ରାଜେଶ କୁମାର ମେହେର ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି କୁନୁ ମୁଣ୍ଡା ଓ ବିଧାୟକଙ୍କ ପ୍ରତିନିଧି ତନ୍ମୟ କୁମାର ଦାଶ ମଞ୍ଚାସୀନ ଥିଲେ।ଜି,ପି,ଡି,ଓ ଦେବେନ୍ଦ୍ର ସାହୁ ଏଇଇ ଭୁବନ ସିଂ ନାଏକ ବ୍ଳକର ସମସ୍ତ କର୍ମଚାରୀ, ସମସ୍ତ ଜନ ପ୍ରତିନିଧି ଉପସ୍ଥିତ ଥିଲେ।କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ରାସନ୍ ସାମଗ୍ରୀ ପାଇଁ ନୂତନ ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଇଛି। ପ୍ରତ୍ୟେକ ବର୍ଷ ଯେଉଁ ଗ୍ରାମ ପଞ୍ଚାୟତ ରେ ସରକାରଙ୍କ ଅନୁଦାନ ପାଣ୍ଠିରୁ ଆସିଥିବା ଟଙ୍କା ସଦ୍ ବିନିଯୋଗ କରି ଉନ୍ନୟନ ମୂଳକ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତିରାଜ ଦିବସ ରେ ପୁରସ୍କାର ବିତରଣ କରାଯାଇଥାଏ। ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ କାନୁଟ ଗ୍ରାମ ପଞ୍ଚାୟତ ଓ ମଧ୍ୟପୁର ଗ୍ରାମ ପଞ୍ଚାୟତ ରେ ସର୍ବାଧିକ ଉନ୍ନୟନ ମୂଳକ କାର୍ଯ୍ୟ ହେଇଥିବାରୁ ସେମାନଙ୍କୁ ଆଜି ରାଜ୍ୟ ସରକାର ଙ୍କ ତରଫରୁ ପୁରସ୍କୃତ କରାଯାଇଛି। ପ୍ରଥମ ସ୍ଥାନ ରେ କାନୁଟ ଗ୍ରାମ ପଞ୍ଚାୟତ ରହିଥିବା ଯୋଗୁଁ କାନୁଟ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ମହାପାତ୍ର ଓ ପିଇଓ ପିଣ୍ଟୁ ମଲ୍ଲିକ କୁ ମାନପତ୍ର ପ୍ରଦାନ କରାଯାଇଥିବା ସହିତ ୩୮୬୪୭୩ ର ଏକ ଚେକ୍ ପ୍ରଦାନ କରାଯାଇଥିଲା। ସେଭଳି ମଧ୍ୟପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ରାମଗୋପାଳ ନାଏକ ଓ ପିଇଓ ଭବାନୀ ଶଙ୍କର ଭୋଇ ଙ୍କୁ ମାନପତ୍ର ସହ ଚେକ୍ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ,ସି ଆର୍ ପି , ଏମ୍ ବି କେ ମଧ୍ୟ ଯୋଗଦାନ କରି ମାନପତ୍ର ପାଇଥିବା ଦୁଇଟି ସରପଞ୍ଚ ଙ୍କୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭନ୍ନ ଯୋଜନା କୁ ଲୋକ ଙ୍କୁ ପହଞ୍ଚାଇବା ସହ ଲୋକଙ୍କ ପାଇଁ କାମ କରିବି ବୋଲି କାନୁଟ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ମହାପାତ୍ର ମନ୍ତବ୍ୟ ଦେଇଛନ୍ତି।